ଲିଜ୍ ଟ୍ରସଙ୍କ ସହ ଫୋନରେ କଥା ହେଲେ ପିଏମ ମୋଦୀ, ମହାରାଣୀଙ୍କ ନିଧନରେ ଜଣାଇଲେ ଶୋକ

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ସହ ଫୋନ ଯୋଗେ କଥା ହୋଇ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି । ଏକ ସରକାରୀ ବିଜ୍ଞପ୍ତି ଅନୁସାରେ, ମହାରାଣୀ ଏଲିଜାବେଥ ଦ୍ୱିତୀୟ ନିଧନରେ ଭାରତବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ରାଜ ପରିବାର ଏବଂ ବ୍ରିଟେନର ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।  

ଏହାସହ ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ନେଇ ଲିଜ ଟ୍ରସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାଣିଜ୍ୟ ମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଭାବେ ଲିଜ ଟ୍ରସଙ୍କ ପୂର୍ବ ଭୂମିକାରେ ଭାରତ ଏବଂ ୟୁକେ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ତାଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି । ଦୁଇ ନେତା ଭାରତ ଏବଂ ୟୁକେ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ଅଧିକ ମଜଭୁତ କରିବା ଉପରେ ଆଲୋଚନା କରିଛନ୍ତି । ଦୁଇ ନେତା ରୋଡମ୍ୟାପ ୨୦୩୦ର କ୍ରିୟାନ୍ୱୟନରେ ପ୍ରଗତି, ଏଫଟିଏ ବାର୍ତ୍ତା, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ, ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ହିତକୁ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.