‘ବୈଜ୍ଞାନିକଙ୍କ ଅପମାନ...’ ଡିଏମକେ ସରକାରର ବିଜ୍ଞାପନରେ ଚୀନ ରକେଟ୍‌କୁ ଦେଖି ବର୍ଷିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାମିଲନାଡ଼ୁର ଡିଏମକେ ସରକାର ବିରୋଧରେ ଇସ୍ରୋ ବୈଜ୍ଞାନିକଙ୍କୁ ଅପମାନିତ କରିବା ଅଭିଯୋଗ ଆଣିଛନ୍ତି । ଡିଏମକେ ସରକାର ଉପରେ ଏକ ଖବରକାଗଜ ବିଜ୍ଞାପନରେ କଥିତ ରୂପେ ଚୀନର ରକେଟକୁ ସ୍ଥାନ ଦିଆଯିବାକୁ ନେଇ ଟାର୍ଗେଟ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, 'ଡିଏମକେ ଏପରି ଏକ ଦଳ ଯିଏ କୌଣସି କାମ କରୁ ନାହିଁ କିନ୍ତୁ ମିଛ ଶ୍ରେୟ ନେବା ପାଇଁ ସବୁବେଳେ ଆଗରେ ରହୁଛି । କିଏ ଜାଣିନି ଯେ ସେମାନେ ଆମ ଯୋଜନା ଉପରେ ନିଜର ପୋଷ୍ଟର ମାରୁଛନ୍ତି । ଏବେ ସେମାନେ ସବୁ ସୀମା ପାର କରିଛନ୍ତି । ମୋତେ ଅନ୍ନାମଲାଇ ଏବେ ଜଣାଇଲେ ଯେ ସେମାନେ ଇସ୍ରୋର ଲଞ୍ଚ ପ୍ୟାଡର ଶ୍ରେୟ ନେବା ପାଇଁ ଚୀନ ପତାକା ଥିବା ଷ୍ଟିକର ଲଗାଇ ବିଜ୍ଞାପନ ଦେଇଛନ୍ତି । ଏହି ପାର୍ଟି ଆମ ଯୋଜନା ଉପରେ ନିଜ ଷ୍ଟିକର ମାରି ଜନତାଙ୍କ ମଧ୍ୟରେ ନିଜର ମିଛ ପ୍ରଚାର କରିବା କାମ କରୁଛି । ଏମାନେ ଭାରତର ବୈଜ୍ଞାନିକଙ୍କ ଅପମାନ କରିଛନ୍ତି ।'  

wp:html /wp:html

ପ୍ରଧାନମନ୍ତ୍ରୀ ଏହା ବି କହିଛନ୍ତି, 'ଡିଏମକେ ଭାରତର ପ୍ରଗତିକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନାହିଁ । ସେମାନେ ଭାରତର ମହାକାଶ ସଫଳତାକୁ ଦୁନିଆ ସାମନାରେ ରଖିବାକୁ ଚାହୁଁନାହାନ୍ତି । ସେମାନେ ଆମ ବୈଜ୍ଞାନିକ, ଆମ ସ୍ପେସ୍ ସେକ୍ଟର ଏବଂ ଆପଣଙ୍କ ଟିକସ ଟଙ୍କାର ଅପମାନ କରିଛନ୍ତି । ଏବେ ସମୟ ଆସିଛି, ଡିଏମକେକୁ ତାର କର୍ମର ଦଣ୍ଡ ଦେବା ।'

ଅନ୍ୟପଟେ ଡିଏମକେ ସାଂସଦ କନିମୋଝୀ ପାଲଟା ଆକ୍ରମଣ କରି କହିଛନ୍ତି ଯେ ମୁଁ ଜାଣିନି କିଏ ଏହି କଳାକୃତି କରିଛି । ସେ ଏହି ଫଟୋ କେଉଁଠୁ ପାଇଲେ । ଚୀନକୁ ଶତ୍ରୁ ରାଷ୍ଟ୍ର ବୋଲି ଭାରତ ଘୋଷଣା କରିଛି ବୋଲି ମୁଁ ଜାଣିନି ।

Also Read: ବିଜେପି ଜାରି କରିବ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ସୂଚୀ, ଜାଣନ୍ତୁ କେବେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.