ରକୁଲ୍ ଏବଂ ଜ୍ୟାକିଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଚିଠିରେ ଲେଖିଲେ ଖାସ୍ ସନ୍ଦେଶ

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ସୋସିଆଲ୍ ମିଡିଆରେ ନବଦମ୍ପତିଙ୍କ ଫଟୋ ପୋଷ୍ଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ଲେଖି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ରକୁଲ ଏବଂ ଜ୍ୟାକି ନିଜ ବିବାହ ନିମନ୍ତ୍ରଣ ପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଇଥିଲେ । କିନ୍ତୁ, କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଦୁହିଁଙ୍କ ବିବାହରେ ସାମିଲ ହୋଇପାରି ନଥିଲେ । ଏପରି ସ୍ଥିତିରେ ଏବେ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟାକିଙ୍କ ମାଆ ପୂଜା ଏବଂ ବାପା ବାଶୁ ଭଗନାନୀଙ୍କୁ ସମ୍ୱୋଧିତ କରି ଲେଖିଛନ୍ତି, ଜ୍ୟାକି ଏବଂ ରକୁଲଙ୍କ ବିବାହର ଶୁଭ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।

wp:html /wp:html

ପ୍ରଧାନମନ୍ତ୍ରୀ ନିଜ ଚିଠିରେ ନବଦମ୍ପତିଙ୍କ ପାଇଁ ଅନେକ କଥା ଲେଖିଛନ୍ତି ଏବଂ ଶେଷରେ ବିବାହ ସମାରୋହରେ ତାଙ୍କୁ ଆମନ୍ତ୍ରଣ କରିଥିବାରୁ ଧନ୍ୟବାଦ ବ୍ୟକ୍ତ କରିଛନ୍ତି । ରକୁଲ୍ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ଚିଠିର ଫଟୋକୁ ପୋଷ୍ଟ କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି, 'ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କୁ ଅନେକ ଅନେକ ଧନ୍ୟବାଦ...ଆପଣଙ୍କ ଶୁଭକାମନା ଆମ ପାଇଁ ଅନେକ ଗୁରୁତ୍ୱ ରଖୁଛି ।'

ଉଲ୍ଲେଖଯୋଗ୍ୟ ଯେ ଜ୍ୟାକି ଏବଂ ରକୁଳ ବିଦେଶରେ ବିବାହ କରିବାକୁ ଯୋଜନା କରୁଥିଲେ । କିନ୍ତୁ ଗତ ବର୍ଷ ପ୍ରଧାନମନ୍ତ୍ରୀ ଅପିଲ୍ କରି ଲୋକଙ୍କୁ ଦେଶ ଭିତରେ ବିବାହ କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦୁହେଁ ଶେଷ ମୁହୂର୍ତ୍ତରେ ଗୋଆରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

Also Read: ବିବାହ ବନ୍ଧନରେ ବାନ୍ଧି ହେଲେ ରକୁଲ-ଜ୍ୟାକି, ସାମ୍ନାକୁ ଆସିଲା ବିବାହର ପ୍ରଥମ ଫଟୋ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.