Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତୁର୍କୀରେ ପୁଣି ଏର୍ଦୋଗାନ ଶାସନ, ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ

29/05/2023 at 5:00 PM

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ଭାବେ ପୁଣି ଥରେ ନିର୍ବାଚିତ ହୋଇଛନ୍ତି ତାୟେପ ଏର୍ଦୋଗାନ । ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବୈଶ୍ୱିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ବଢିବା ନେଇ ପିଏମ୍ ମୋଦୀ ଆଶା ପ୍ରକଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ‘ତୁର୍କୀଏ ରାଷ୍ଟ୍ରପତି ଭାବେ ପୁଣି ଥରେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା । ମୁଁ ଆଶାବାଦୀ ଯେ ଆଗାମୀ ସମୟରେ ବିଶ୍ୱ ପ୍ରସଙ୍ଗ ଉପରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗ ବଢି ଚାଲିଥିବ’।

ତୁର୍କୀଏ ରାଷ୍ଟ୍ରପତି ତାୟେପ ଏର୍ଦୋଗାନ ପୁଣି ଥରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଜିତି ନିଜ ପଦ ସମ୍ଭାଳିଛନ୍ତି । ରବିବାର ଭୋଟ ଗଣିତ ହୋଇଥିଲା, ଏହାପରେ ଏର୍ଦୋଗାନ ବିରୋଧୀ ନେତା କେମଲ କିଲିଦରୋଗ୍ଲୁଙ୍କୁ ପରାଜିତ କରିଥିଲେ । ସୁପ୍ରିମ ଇଲେକ୍ସନ କାଉନସିଲ ଦ୍ୱାରା ଘୋଷିତ ପ୍ରାରମ୍ଭିକ ପରିଣାମରେ ଏର୍ଦୋଗାନଙ୍କୁ ୫୨.୧୪ ପ୍ରତିଶତ ଭୋଟ ସହ ବିଜୟୀ ହେଉଥିବା ଦର୍ଶାଯାଇଥିଲା । ଅନ୍ୟପଟେ ବିରୋଧୀ କିଲିଦରୋଗ୍ଲୁଙ୍କୁ ୪୭.୮୬ ପ୍ରତିଶତ ଭୋଟ ମିଳିଛି । ପରିଣାମ ଘୋଷଣା ପରେ ତୁର୍କୀଏର ପତାକା ଉଡାଇ ନିଜ ସମର୍ଥକ ଏବଂ ରାଷ୍ଟ୍ରକୁ ଏର୍ଦୋଗାନ ଧନ୍ୟବାଦ ଜଣାଇଛନ୍ତି ।

READ

   Related Posts