ନୂଆଦିଲ୍ଲୀ: ଫିଫା ଫୁଟ୍ବଲ ବିଶ୍ବକପରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ । ମହାକୁମ୍ଭକୁ କବ୍ଜା କଲା ମେସି ବାହିନୀ । ବିଶ୍ବକପ୍ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଜେଣ୍ଟିନା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆର୍ଜେଣ୍ଟିନାର ଏହି ବିଜୟକୁ ବିଶ୍ବ ମନେରଖିବ ବୋଲି ଟ୍ବିଟ୍ କରି କହିଛନ୍ତି ମୋଦି ।
{"id":722808,"sizeSlug":"full","linkDestination":"none"}
ରବିବାର କତାରରେ ଖେଳାଯାଇଥିବା ଫିଫା ଫାଇନାଲରେ ଫ୍ରନ୍ସକୁ ହରାଇ ବିଶ୍ବ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ମହା ମୁକାବିଲା ଦୁଇ ଥର ଚାମ୍ପିଅନ ଟିମ୍କୁ ପଛରେ ପକାଇ ଦେଇଛି ମେସି ବାହିନୀ । ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟ୍ରେ ଫ୍ରାନ୍ସକୁ ୪-୨ ଗୋଲରେ ମାତ୍ ଦେଇ ବିଶ୍ବ ବିଜେତା ହୋଇଛି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପ୍ରଶଂସକଙ୍କ ହୃଦୟ ଜିତି ନେଇଛନ୍ତି ଲିୟୋନେଲ୍ ମେସି । ଆର୍ଜେଣ୍ଟିନାର ବିଜୟ ପରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେସି ବାହିନୀର ରୋମାଞ୍ଚକର ବିଜୟକୁ ସାରା ବିଶ୍ବ ମନେରଖିବ ବୋଲି ଟ୍ବିଟ୍ କରି କହିଛନ୍ତି । ସେହିପରି ଭାରତୀୟ ଫୁଟବଲ ପ୍ରଶଂସକଙ୍କ ମାନେ ମଧ୍ୟ ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଛନ୍ତି ।