scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଶରର ସର୍ବୋଚ୍ଚ ସମ୍ମାନ, ରାଷ୍ଟ୍ରପତି ଅଲ-ଶିଶି କଲେ ସମ୍ମାନିତ

25/06/2023 at 4:16 PM

PM Modi conferred with Egypt's highest state honour

ନୂଆଦିଲ୍ଲୀ, ୨୫/୦୬: ମିଶରର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ-ଶିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ’ ପୁରସ୍କାର ଦ୍ବାରା ସମ୍ମାନିତ କରିଛନ୍ତି। ପ୍ରକୃତରେ ଆମେରିକା ଗସ୍ତ ପରେ ଶନିବାର ଦୁଇ ଦିନିଆ ମିଶର ଗସ୍ତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ଏହି ରାଜକୀୟ ଗସ୍ତର ଦ୍ବିତୀୟ ଦିନ ଅର୍ଥାତ୍‌ ରବିବାର ରାଜଧାନୀ କାଇରୋରେ ମୋଦୀଙ୍କୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଯାଇଛି।

ସୂଚନାଥାଉକି ‘ଅର୍ଡର ଅଫ୍ ଦ ନାଇଲ’ ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ। ମିଶରର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ପୂର୍ବରୁ ଏହି ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ପରେ ଉଭୟ ଦେଶର ସାକ୍ଷାତକାର ସମୟରେ ମହତ୍ବପୂର୍ଣ୍ଣ ଏମଓୟୁ ଉପରେ ହସ୍ତାକ୍ଷର ହୋଇଛି। ବଡ଼ କଥା ହେଉଛି ଏହି ସମ୍ମାନ, ଗତ ୯ ବର୍ଷ ମଧ୍ୟରେ ଅନ୍ୟ ଦେଶଙ୍କ ଠାରୁ ମିଳିଥିବା ସର୍ବୋଚ୍ଚ ରାଜକୀୟ ସମ୍ମାନ ମଧ୍ୟରେ ୧୩ ତମ।

ଏହି ପୁରସ୍କାରରେ ସମ୍ମାନିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ କାଇରୋରେ ଦେଶର ୧୧ତମ ଶତାବ୍ଦୀର ଅଲ-ହକିମ ମସଜିଦ୍ ଗସ୍ତ କରିଥିଲେ। ଯାହାକୁ ଭାରତର ଦାଉଦୀ ବୋହରା ସମୁଦାୟଙ୍କ ସହଯୋଗରେ ପୁନଃନିର୍ମାଣ ହୋଇଛି। ଅଲ-ହକିମ ମସଜିଦ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିରା ସ୍ଥିତ ହେଲିୟୋପୋଲିସ୍‌ ମେମୋରିୟଲର ଗସ୍ତ କରିଥିଲେ ଏବଂ ପ୍ରଥମ ବିଶ୍ବ ଯୁଦ୍ଧ ସମୟର ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହା ପୂର୍ବରୁ ଶନିବାର ଗସ୍ତ ସମୟରେ ପିଏମ ମୋଦୀ ରାଜଧାନୀ କାଇରୋରେ ମିଶର ପ୍ରଧାନମନ୍ତ୍ରୀ ମୁସ୍ତଫା ମେଡବୋଲିଙ୍କ ସହ ସାକ୍ଷାତକାର କରିଥିଲେ। ମୁସ୍ତଫ ମେଡବୋଲୀ ହିଁ ବିମାନ ବନ୍ଦରରେ ପିଏମ ମୋଦୀଙ୍କୁ ସ୍ବାଗତ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଜାତୀୟ ସଙ୍ଗୀତ ଗାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁଲେ ଆମେରିକୀୟ କଣ୍ଠଶୀଳ୍ପି, ଦେଖନ୍ତୁ ଭାଇରାଲ ଭିଡିଓ

   Related Posts