ତୁର୍କିଏରେ ଶକ୍ତିଶାଳୀ ଭୁମିକମ୍ପ; ୫୦୦ରୁ ଅଧିକ ମୃତ୍ୟୁ ! ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ, ସହଯୋଗର ହାତ ବଢ଼ାଇଲା ଭାରତ
6/02/2023 at 1:55 PM

ଇସ୍ତାନବୁଲ: ଭୟଙ୍କର ଭୂମିକମ୍ପରେ କ୍ଷତିଗ୍ରସ୍ତ ତୁର୍କିଏକୁ ସହଯୋଗରେ ହାତ ବଢ଼ାଇଲା ଭାରତ। ଏଭଳି ବିପଦ ସମୟରେ ତୁର୍କିଏକୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଏଭଳି ପ୍ରାକୃତିକ ବିପଦ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସିରିଆ ବର୍ଡର ନିକଟର୍ତ୍ତୀ ତୁର୍କିଏର ଉତ୍ତରାଞ୍ଚଳ ନୁର୍ଗଦରେ ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏହି ଘଟଣାରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଶକ୍ତିଶାଳୀ ଭୂମିକମ୍ପରେ ପାଖାପାଖି ୧୩୦ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି।
Anguished by the loss of lives and damage of property due to the Earthquake in Turkey. Condolences to the bereaved families. May the injured recover soon. India stands in solidarity with the people of Turkey and is ready to offer all possible assistance to cope with this tragedy. https://t.co/vYYJWiEjDQ
— Narendra Modi (@narendramodi) February 6, 2023
ତୁର୍କିଏର ଏଭଳି ଦୁଃଖ ସମୟରେ ଭାରତ ପାଖରେ ଛିଡ଼ା ହେବାକୁ ପ୍ରତିଶ୍ରୁତି ଦେଇଛି। ଘଟଣାରେ ଶୋକ ବ୍ୟକ୍ତି କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି “ ତୁର୍କିଏର ହୋଇଥିବା ଭୂମିକମ୍ପ ଯୋଗୁ ସମ୍ପତ୍ତି ନଷ୍ଟ ଓ ଲୋକଙ୍କ ମୃତ୍ୟୁ ଗଭୀର ଦୁଃଖ ଦେଇଛି। ସାହସୀ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଭାରତ ତୁର୍କିଏ ଲୋକଙ୍କ ସହ ମଜଭୁତ ସହ ଛିଡ଼ା ହୋଇଛି। ଆଉ ଏଭଳି ଏକ ଦୁଃଖଦ ପରିସ୍ଥିତିରେ ଯଥା ସମ୍ଭବ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି।”

ତେବେ ଭୂମିକମ୍ପରେ ୨୮୪ ଲୋକଙ୍କର ମୃତ୍ୟୁ ହୋଇଥିବା ତୁର୍କି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ୪୪୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ମିଡିଆ କହିଛି। ଏଥିରେ ମାଳତ୍ୟା ଅଞ୍ଚଳରେ ୧୩୦ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଦିୟାରବାକିରେ ୧୬ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏବେବି ଅନେକ ଲୋକ ବିଲ୍ଡିଂ ଅଳିଆରେ ଫସି ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ତୁର୍କିଏଭୂମିକମ୍ପର ପ୍ରଭାବ ସାଇପ୍ରସ ଓ ଲେବାନନରେ ବି ଦେଖିବାକୁ ମିଳିଛି। ଦକ୍ଷିଣାଞ୍ଚଳରେ ଭୂମିକମ୍ପରେ କେନ୍ଦ୍ର ସ୍ଥଳରହିଥିବା ଆମେରିକୀୟ ଭୂଗର୍ଭୀୟ ସର୍ଭେକ୍ଷଣରେ ସୂଚନା ଦେଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ମୁତାବକ, ସୋମବାର ସକାଳେ ଦକ୍ଷିଣ ତୁର୍କିଏର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।
ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭ କିଲୋମିଟର ଗଭୀରତାରେ ରହିଛି। ସିରିଆର କିଛି ପ୍ରାନ୍ତରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି। ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ବିଶ୍ୱରେ ଭୂମିକମ୍ପ ପ୍ରବଣ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ତୁର୍କିଏ ରହିଛି। ୧୯୯୯ ମସିହାରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା।ଏଥିରେ ୧୭ ହଜାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ଭୂମିକମ୍ପର ତୀବ୍ରତା ୭.୬ ଥିଲା। ସେହିଭଳି ୨୦୧୧ରେ ଇସ୍ତାନବୁଲରେ ହୋଇଥିବା ଭୂମିକମ୍ପରେ ୫୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା।