ଆସନ୍ତା କାଲି ଓଡିଶା ଆସିବେ ମୋଦି: ଉଷ୍ମ ହେଉଛି ରାଜନୈତିକ ବାତାବରଣ, ସମସ୍ତେ ଛକାପଞ୍ଝା
21/09/2018 at 6:21 PM

ଭୁବନେଶ୍ବର୨୧|୯: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ରାଜନୀତି ସରଗରମ ରହିଛି । ଏଥସହିତ ପୂର୍ବଦୟର ଉଦୟ ଓଡ଼ିଶାରୁ ଆରମ୍ଭ କରିବା ଲାଗି ନାରା ଦେଇଥିବା ମୋଦି ଏଠାରେ ୬ଟି ପ୍ରକଳ୍ପର ଶୁଭାରମ୍ଭ କରିବେ। ତେବେ ଏହି ପ୍ରକଳ୍ପ ସହିତ ମୋଦିଙ୍କ ଆଗମନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଥିଲେ ବି ଉପରକୁ ସମସ୍ତେ ସତର୍କ ଅଛନ୍ତି। କାରଣ ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। …..
କାଲି ପ୍ରଧାନମନ୍ତ୍ରୀ ମେ।ଦି ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ କରିବେ ଆଉ ତାଳଚେର ସାର କାରଖାନା ବି ଶିଳାନ୍ୟାସ ହେବ । ମୋଦିଙ୍କ ସରକାରୀ କାର୍ଯକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ବାଦ୍ କିନ୍ତୁ ମୋଦି ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ । ଏଠାରେ ମୋଦି କଣ କହୁଛନ୍ତି ତାହା ହଁ ହେବ ତର୍ଜମାର କେନ୍ଦ୍ରବିନ୍ଦୁ। ଯାହାକୁ ନେଇ ବିଜେପି ବିଜେଡ଼ି ଭିତରେ ଚାଲିଛି ଛକାପଞ୍ଝା । ଅନ୍ୟପଟେ ନବୀନ-ମେ।ଦୀଙ୍କ ଭିତରେ କମୁଥିବା ଦୂରତା ଭିତରୁ କେଉଁ ବାର୍ତା ଲେ।କଙ୍କ ପାଖକୁ ଯିବ ତାହା ବି ଚର୍ଚ୍ଚାର ବିଷୟ ହୋଇଛି।
ତେବେ ପ୍ରଧାନମନ୍ତ୍ରୀ ଆସୁଥିବା ଦୁଇଟି ଯ।କ ସ୍ଥାନରେ ପେ।ଷ୍ଟର ବ୍ୟାନର ୱ।ର । ମୋଦି ସକାଳ ୯ଟା ୪୫ରେ ପହଞ୍ଚିବେ ତାଳଚେରରେ। ୧୩ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ସାରକାରଖାନାର ଶିଳାନ୍ୟାସ କରିବେ। ଏହାପରେ ସେଠାରେ ସାଧାରଣ ସଭାରେ ଯୋଗ ଦେଇ ଯିବେ ଝାରସୁଗୁଡ଼ା। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉଦଘାଟନ କରିବେ । ଏହାପରେ ପୁଣି ଏକ ବିରାଟ ସାଧାରଣ ସଭା। ଯେଉଁଥିପାଇଁ ୨୦ ନିର୍ବାଚନ ମଣ୍ଡଳୀରୁ ଲେ।କ ଆଣିବାକୁ ଯେ।ଜନା କରିଛି ବିଜେପି । ସେପଟେ ନବୀନଙ୍କୁ ବି ଯେ।ରଦାର ସ୍ବାଗତ କରିବାକୁ ପ୍ଲାନ କରିଛି ବିଜେଡ଼ି । ମୋଦିଙ୍କ ଗସ୍ତକୁ ଦେଖି ପ୍ରଶ୍ନବାଣ ମାରିଛନ୍ତି ବିଜେଜଡି ଓ କଂଗ୍ରେସ ଯାହାର ଜବାବ ଦେଇଛି ବିଜେପି।
ସେପଟେ ମୋଦି ଓ ନବୀନଙ୍କ କାର୍ଯ୍ୟକ୍ରମକୁ ନେଇ ଚିନ୍ତାରେ ପୋଲିସ। ତାଳଚେରରେ ୫୭ ପ୍ଲାଟନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ୧୨ ଜଣ ଏସପି ୨୦ ଜଣ ଡିଏସପି ସୁରକ୍ଷା ଦାୟିତ୍ବରେ ରହିବେ।
ମେ।ଦୀଙ୍କ ଗସ୍ତର ଦୁଇଦିନ ପରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ସେପେଟେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବେ । ମାନେ ଏବେ ଫୋକସରେ ରହିଛି କେବଳ ଓଡିଶା।