ଆଜି ଓଡିଶା ଆସୁଛନ୍ତି ମୋଦି; କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
22/09/2018 at 8:29 AM

ଭୁବନେଶ୍ୱର ୨୨/୯ : ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଝାରସୁଗୁଡା ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ଏବଂ ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ | ନବୀନଙ୍କ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ମୋଦି ଦିଲ୍ଲୀରୁ ଆସିବେ | ସକାଳ ୮.୫୫ରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ | ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି | ସେଠାରୁ ବାହାରି ୯.୪୫ ମିନିଟରେ ମୋଦି ତାଳଚେରରେ ପହଂଚିବେ | ସାଉଥ ଵାଲାଣ୍ଡା ପଡିଆରେ ପ୍ରଧାନମନ୍ତ୍ରୀଙ୍କ ହେଲିକେପ୍ଟର ଅବତରଣ କରିବ | ୧୩ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ସାର କାରଖାନାର ଶିଳାନ୍ୟାସ କରିବେ | ଏହା ପରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ | ଉଦବୋଧନ ପରେ ୧୨.୩୦ରେ ଝାରସୁଗୁଡାରେ ପହଂଚି ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ କରିବେ | ଏହା ପରେ ଅମଳିପଲ୍ଲୀ ଯାଇ ଏକ ଜନସଭାରେ ଉଦବୋଧନ ଦେବେ ମୋଦି | ଏହା ସହ ଆଉ ୪ଟି ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ | ସେଗୁଡିକ ହେଲା, ଝାରସୁଗୁଡା-ବରପାଲି ସବଡେ଼ଗା ରେଳ ଲିଙ୍କ, ଗର୍ଜନବାହାଲ କୋଳ ମାଇନ୍ସ | ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡା ଓ ତାଳଚେରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ତାଳଚେରରେ ୫୭ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି | ୧୨ଜଣ ଏସପି, ୨୦ଜଣ ଡ଼ିଏସପି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି |