krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ବାଲେଶ୍ୱର ବାହାନଗା ଗସ୍ତ ସହ SCB ଯାଇ ଆହତଙ୍କୁ ଭେଟିବେ

3/06/2023 at 11:31 AM

ଭୁବନେଶ୍ୱର ୦୩/୦୬: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ବାଲେଶ୍ୱର ବାହାନଗା ଗସ୍ତ କରିବେ । ପରେ କଟକ ଏସ୍ସିବିରେ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।

ସୂଚନାଥାଉକି, ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏଯାଏଁ ୨୩୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଏହାସହ ଗୁରୁତର ଆହତ ଓ ଆହତଙ୍କୁ ବାଲେଶ୍ୱର, ଭଦ୍ରକ, ସୋର, ଖନ୍ତାପଡା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଦକ୍ଷିଣ-ପୂର୍ବ ରେଳ ବିଭାଗର ସୂଚନା ଦେଇଛି ।

ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଜରୁରୀ କାଳୀନ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ । ଅଧିକାରୀଙ୍କ ସହ ବାଲେଶ୍ୱର ଦୁର୍ଘଟଣାର ସମୀକ୍ଷା କରିବେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିସାରିଛନ୍ତି । ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

   Related Posts