'ଶେଷ ହୋଇନି କରୋନା': ମାସ୍କ ପିନ୍ଧିବା ପାଇଁ ଉଚ୍ଚ ସ୍ତରୀୟ ବୈଠକରେ ପରାମର୍ଶ ଦେଲେ ପିଏମ ମୋଦୀ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଚତୁର୍ଥ ଲହରର ବିପଦ ଆଶଂକାକୁ ନଜରରେ ରଖି ପିଏମ ନରେନ୍ଦ୍ର ମୋଦୀ ଗୁରୁବାର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ପିଏମ ମୋଦୀଙ୍କ ଏହି ବୈଠକ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା । ଏଥିରେ କରୋନାର ସମ୍ଭାବିତ ବିପଦର ମୁକାବିଲା ଉପାୟ ଉପରେ ଚର୍ଚ୍ଚା କରାଯାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ବୈଠକରେ କହିଥିଲେ କରୋନା ଏବେ ବି ଶେଷ ହୋଇ ନାହିଁ । ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଗୁଡିକ ଉପରେ ଅଧିକ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସମୀକ୍ଷା ବୈଠକରେ କହିଥିଲେ ଯେ ଜିନୋମ ସିକ୍ୱେନସିଂ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ସହ ନରୀକ୍ଷଣର ଆବଶ୍ୟକତା, ପରୀକ୍ଷଣକୁ ମଧ୍ୟ ବଢାଯିବା ଦରକାର । ଏହାଛଡା ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମସନ୍ତୋଷକୁ ନେଇ ମଧ୍ୟ ସତର୍କ କରାଇଛନ୍ତି । ରାଜ୍ୟ ଗୁଡିକର ହସ୍ପିଟାଲରେ ପରିଚାଳନା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ମାସ୍କ ପିନ୍ଧିବା ଏବଂ କରୋନା ଗାଇଡଲାଇନ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.