scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

twitterରେ ଲୋକଙ୍କ ଦ୍ୱାରା ସବୁଠୁ ଅଧିକ ଫଲୋ ହେଉଥିବା ନେତା ହେଲେ ମୋଦି, ପଛରେ ପଡିଲେ ବାଇଡେନ ଓ ସୁନକ

19/07/2023 at 9:14 PM

ନୂଆଦିଲ୍ଲୀ ୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଟ୍ୱିଟରରେ ଏବେ ୯୦ ନିୟୁତରୁ ଅଧିକ ଫଲୋର୍ସ ଅଛନ୍ତି। ଯାହା ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାରା ବିଶ୍ୱରେ ସବୁଠୁ ଅଧିକ ଫଲୋ ହେଉଥିବା ସକ୍ରିୟ ରାଜନେତାଙ୍କ ମଧ୍ୟରେ ଜଣେ କରିଛି। ପ୍ରଧାନମନ୍ତ୍ରୀ ମୋଦି ୨୦୦୯ ମସିହାରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟ୍ୱିଟରରେ ତାଙ୍କ ଆକାଉଣ୍ଟ ଖୋଲିଥିଲେ। ସେତେବେଳେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ। ମୋଦି ଟ୍ୱିଟରରେ ଯୋଗ ଦେବାର ଗୋଟିଏ ବର୍ଷରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ ପାର ହୋଇଯାଇଥିଲା।

ଜୁଲାଇ ୨୦୨୦ରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ ଅର୍ଥାତ ୬ କୋଟିକୁ ପହଞ୍ଚିଥିଲା। ଏହାର ଏକ ବର୍ଷକ ପରେ ଅର୍ଥାତ ଜୁଲାଇ ୨୦୨୧ରେ ତାଙ୍କ ଫଲୋଅର୍ସଙ୍କ ୧ କୋଟିରୁ ଅଧିକ ବୃଦ୍ଧି ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମରେ ସବୁଠୁ ଅଧିକ ଫଲୋ ହେଉଥିବା ଟ୍ୱିଟରର ମାଲିକ ଏଲନ ମସ୍କ ମଧ୍ୟ ଚଳିତବର୍ଷ ଏପ୍ରିଲ ମାସରେ ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଥିଲେ। ମସ୍କ ତାଙ୍କ ଟ୍ୱିଟରରେ ୧୯୫ ଜଣଙ୍କୁ ଫଲୋ କରନ୍ତି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମରେ ଫଲୋ ହେଉଥିବା ବିଶ୍ୱର ପ୍ରଥମ ନେତା ଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦି ଏବେ ବାଇଡେନଙ୍କ ସହ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଜୋ ବାଇଡେନକୁ ତାଙ୍କ ଟ୍ୱିଟରରେ ଏବେ ବିଶ୍ୱର ୩୭.୩ ନିୟୁତ ଲୋକେ ଫଲୋ କରୁଥିବା ବେଳେ ଋଷି ସୁନକଙ୍କୁ ୨ ନିୟୁତ ଲୋକେ ଫଲୋ କରୁଛନ୍ତି। ଏଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଶ୍ୱରେ ବୃଦ୍ଧି ପାଉଥିବା ଲୋକପ୍ରିୟତା ପ୍ରମାଣିତ ହେଉଛି।

ମୌସୁମୀ ଅଧିବେଶନରେ ବିରୋଧୀଙ୍କ ରଣନୀତି ସ୍ଥିର କରିବାକୁ I.N.D.I.Aର ପ୍ରଥମ ବୈଠକ ଗୁରୁବାର

   Related Posts