ଏକାଠି ଖାଇବା ଠାରୁ ଟିଭି ଦେଖିବା ଯାଏଁ, ମାଆ ହୀରାବେନ୍ଙ୍କ ସହ ମୋଦିଙ୍କ ସମସ୍ତ ଫଟୋ ଭାଇରାଲ୍
30/12/2022 at 9:10 AM

ନୂଆଦିଲ୍ଲୀ ୩୦।୧୨: ପିଏମ୍ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ୍ ମୋଦୀ। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ହୀରାବେନ୍ ୧୦୦ ବର୍ଷରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମାଆ ହୀରାବେନ୍ଙ୍କ ସହ ପିଏମଙ୍କ ସମ୍ପର୍କ ଅତି ଘନିଷ୍ଠ ଥିଲା। ସେ ଯାହା ବି ଶୁଭ କାମ କରିବାକୁ ଯାଆନ୍ତି ନିଜ ମାଆଙ୍କ ଠାରୁ ଆର୍ଶିବାଦ ନିଅନ୍ତି।

ପ୍ରଧାନମନ୍ତ୍ରୀ ନିୟମିତ ଭାବରେ ତାଙ୍କ ମାଙ୍କୁ ଦେଖା କରୁଥିଲେ ଏବଂ ଘରକୁ ଗଲେ ଏକାଠି ମିଶି ଭୋଜନ କରନ୍ତି। ଖାସ୍ କରି ଖେଚୁଡି ଖାଇବାକୁ ବେଶୀ ପସନ୍ଦ କରନ୍ତି। କେବଳ ଏତିକି ହିଁ ନୁହେଁ ତାଙ୍କ ପ୍ରିୟ ହେଉଛି ଆଇସ୍କ୍ରିମ୍। ଦୁହେଁ ମିଶି ଟିଭି ମଧ୍ୟ ଦେଖନ୍ତି। ଗୁଜୁରାଟର ଅଧିକାଂଶ ଗସ୍ତ ସମୟରେ ମଧ୍ୟ ସେ ତାଙ୍କ ସହ ସମୟ ବିତାଉଥିଲେ।

ଗୁଜୁରାଟ ବିଧାନସଭା ନିର୍ବାଚନରେ ଭୋଟ୍ ଦେବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ମା ହୀରାବେନଙ୍କୁ ଭେଟିବାକୁ ଯାଇଥିଲେ। ହୀରାବେନ୍ ନିଜେ ଯାଇ ଚଳିତ ବର୍ଷ ଅନୁଷ୍ଠିତ ଗୁଜୁରାଟ ନିର୍ବାଚନରେ ୨୦୨୨ରେ ଭୋଟ୍ ଦେଇଥିଲେ।

ହୀରାବେନ ଗାନ୍ଧିନଗର ନିକଟ ରାୟସନ ଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନଭାଇ ପଙ୍କଜ ମୋଦୀଙ୍କ ସହ ରୁହନ୍ତି। ସେ ହୀରା ବା ନାମରେ ବେଶ ଜଣାଶୁଣା।

ମା ହୀରାବେନଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସୂଚନା ଦେଇ ଟ୍ଵିଟ୍ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବୁଧବାର (ଡିସେମ୍ବର ୨୮) ହୀରବେନଙ୍କୁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହଠାତ୍ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ହେବା ପରେ ମୋଦୀ ସିଧାସଳଖ ଦିଲ୍ଲୀରୁ ଅହମ୍ମଦାବାଦକୁ ଆସିଥିଲେ। ସେଠାରେ ତାଙ୍କ ମାଙ୍କୁ ଭେଟି ସନ୍ଧ୍ୟାରେ ଦିଲ୍ଲୀ ଫେରିଥିଲେ।

୧୮ ଜୁନ୍ ୨୦୨୨ ରେ ହୀରାବେନଙ୍କୁ ୧୦୦ ବର୍ଷ ହୋଇଥିଲା । ସେ ବହୁତ ସରଳ ଜୀବନ ଅତିବାହିତ କରିଥିଲେ।