Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଏରୋ ଇଣ୍ଡିଆ -୨୦୨୩ର ଉଦ୍‌ଘଟାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

13/02/2023 at 10:26 AM

Modi inaugurates Aero India 2023

ବେଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ଏରୋସ୍ପେଶ୍‌ ଓ ପ୍ରତିରକ୍ଷା ପ୍ରଦର୍ଶନୀ ଶୋ ଏରୋ ଇଣ୍ଡିଆର ୧୪ ତମ ସଂସ୍କରଣର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତକାଳରେ ଭାରତ ଏକ ଫାଇଟର ପାୟଲଟ ଭଳି ଆଗକୁ ବଢୁଛି। ଯାହାକୁ ଶିଖର ଛୁଇଁବାର କୌଣସି ଭୟ ନାହିଁ। ଆଜିର ଭାରତ ଦ୍ରୁତ ଓ ବହୁଦୂର ପର୍ଯ୍ୟନ୍ତ ଚିନ୍ତା କରି ତୁରନ୍ତ ନିଷ୍ପତ୍ତି ନେଉଛି।

ମୋଦୀ ଆହୁରି କହିଛନ୍ତି ଯେ ଗତ ୮-୯ ବର୍ଷ ଭିତରେ ଭାରତ ନିଜ ପ୍ରତିରକ୍ଷା ବିଭାଗର କାୟକଳ୍ପ ପରିବର୍ତ୍ତନ କରିଦେଇଛି। ତେବେ ଏହା କେବଳ ଆରମ୍ଭ। ୨୦୨୪-୨୫ ବେଳକୁ ପ୍ରତିରକ୍ଷା ରପ୍ତାନୀକୁ ୫ ବିଲିୟନ ଡଲାର ପର୍ଯ୍ୟନ୍ତ କରିବାକୁ ଆମର ଟାର୍ଗେଟ୍ ରହିଛି ବୋଲି ମୋଦୀ କହିଛନ୍ତି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତ ଅନ୍ୟ ବିକାଶଶୀଳ ଦେଶ ସହ ତାଳ ଦେଇ ଚାଲିବାକୁ ଦ୍ରୁତ ଗତିରେ ପାଦ ବଢାଉଛି ବୋଲି ମୋଦୀ କହିଛନ୍ତି।

ତେବେ ଏହି ଶୋରେ ଦେଶ ବିଦେଶର କମ୍ପାନୀ ଭାଗ ନେଉଛନ୍ତି। ଏହା କେବଳ ଏକ ଶୋ ହୋଇ ରହିନାହିଁ। ଭାରତର ସାମର୍ଥ୍ୟର ପ୍ରଦର୍ଶନ ବୋଲି ମୋଦୀ କହିଛନ୍ତି। ଏଥିରେ ଭାରତର ଏମ୍‌ଏସ୍‌ଏମ୍ଇର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ରହିଛି।

PM Modi at 14th edition of Aero India 2023 in Bengaluru (Photo: ANI)

ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୟାଲହଙ୍କା ଏୟାର ଫୋର୍ସ ଷ୍ଟେସନ୍‌ରେ ହେଉଥିବା ଏୟାର୍‌ଶୋ କାର୍ଯ୍ୟକ୍ରମରେ   ୮୦୯ ପ୍ରତିଯୋଗୀ ଓ ୧୧୦ ବିଦେଶୀ ପ୍ରତିଯୋଗୀ ଭାଗ ନେବେ। ଏହି ମଞ୍ଚକୁ ମେକ୍‌ ଇନ୍‌ ଇଣ୍ଡିଆ ଫର୍‌ ୱାର୍ଲ୍ଡ ଭାବରେ ପ୍ରସ୍ତୁତ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।

ଏରୋସ୍ପେସ୍‌ ଓ ପ୍ରତିରକ୍ଷା ପ୍ରଦର୍ଶନୀର ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ। ଏଥିରେ ଯୁଦ୍ଧବିମାନ ଓ ହେଲିକପ୍ଟରଗୁଡ଼ିକ ଆକାଶରେ ନିଜର କଳାବାଜୀ ଦେଖାଇବେ। ଏରୋସ୍ପେସ୍‌ ଓ ପ୍ରତିରକ୍ଷା କ୍ଷେତ୍ରରେ କମ୍ପାନୀଗୁଡ଼ିକ ଏଥିରେ ଭାଗ ନେବେ।

   Related Posts