ଯାହାଙ୍କ ନିଜ ହୋସର ଠିକଣା ନାହିଁ, ସେ ୟୁପିର ପିଲାଙ୍କୁ କହୁଛନ୍ତି ନିଶାଡ଼ି; ରାହୁଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଶାଣ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ବାରାଣସୀରୁ ସାଂସଦ ହେବା ପରେ ୪୪ତମ କାଶୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କାଶୀର ମାଟିରୁ ଜନତାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ଲୋକ ମୋଦୀକୁ ଗାଳି କରି କରି ଗୋଟିଏ ଦଶନ୍ଧି ବିତିଗଲା । ରାହୁଲ ଗାନ୍ଧୀଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯାହାଙ୍କ ନିଜ ହୋସର ଠିକଣା ନାହିଁ, ସେ ୟୁପି ଏବଂ କାଶୀର ପିଲାଙ୍କୁ ନିଶାଡ଼ି କହୁଛନ୍ତି । ସେ ଜାଣି ନାହାନ୍ତି ଯେ ଉତ୍ତର ପ୍ରଦେଶର ଯୁବ ପିଢି ନିଶାଡ଼ି ନୁହନ୍ତି ସେମାନେ ବିକଶିତ ୟୁପି ଗଠନରେ ଲାଗିଛନ୍ତି । ଅଖିଲେଶ ଯାଦବକୁ ଇଙ୍ଗିତ କରି ପିଏମ୍ ମୋଦୀ କହିଛନ୍ତି, ଇଣ୍ଡି ମେଣ୍ଟ ଦ୍ୱାରା ୟୁପିର ଯୁବପିଢିର କାମ କେହି ଭୁଲି ପାରିବେ ନାହିଁ । ପରିବାରବାଦ ଯୁବକ ସବୁବେଳେ ପରିବାରବାଦୀ ଯୁବ ଶକ୍ତିକୁ ଡରିଥାଏ । ସାଧାରଣ ଯୁବକକୁ ସୁଯୋଗ ମିଳିବା ପରେ ସେ ସବୁ ସ୍ଥାନରେ କଡ଼ା ଚ୍ୟାଲେଞ୍ଜ ଦେବେ । କିନ୍ତୁ ଏମାନଙ୍କୁ ସେହି ଲୋକ ସପନ୍ଦ ଆସନ୍ତି ଯେଉଁମାନେ ଦିନ ରାତି ଜୟ-ଜୟ କରନ୍ତି । ସେମାନଙ୍କ ରାଗ ଯୋଗୁଁ କାଶୀର ନୂଆ ସ୍ୱରୁପ ପସନ୍ଦ ଆସୁ ନାହିଁ ।

wp:html /wp:html

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଲୋକମାନେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ନେଇ ଅନେକ କଥା କହୁଛନ୍ତି । ମୁଁ ଜାଣିନଥିଲି ଯେ ପ୍ରଭୁ ଶ୍ରୀରାମଙ୍କୁ କଂଗ୍ରେସ ଏତେ ଘ୍ରୁଣା କରୁଛି । ଏହାସହ କଂଗ୍ରେସ ସହ ପୁଣି ଥରେ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଏମାନେ ସବୁ ନିର୍ବାଚନରେ ମିଶିମିଶି କାମ କରନ୍ତି, ରେଜଲ୍ଟ ପରେ ପରସ୍ପରକୁ ଗାଳି ଦେଇ ଅଲଗା ହୁଅନ୍ତି । ପିଏମ୍ କହିଛନ୍ତି ଯେ ପୁରା ଉତ୍ତର ପ୍ରଦେଶ ଜାଣିଛି, ମାଲ୍ ସେଇ ପୁରୁଣା ପ୍ୟାକିଂ ନୂଆ । ଏଥର ଏମାନଙ୍କୁ ଅମାନତ ରକ୍ଷା କରିବା ମଧ୍ୟ କଷ୍ଟକର ହେବ । ଅବକି ବାର୍ ମୋଦୀ କି ଗ୍ୟାରେଣ୍ଟି ହେ । ପିଏମ୍ କହିଛନ୍ତି ମୋଦୀର ଗ୍ୟାରେଣ୍ଟି ମାନେ ପ୍ରତି ଲାଭାର୍ଥୀଙ୍କୁ ଶତ ପ୍ରତିଶତ ଲାଭ ।

ଦୁଗ୍ଧ ଡାଏରୀ ଉଦଘାଟନ ପରେ କାଶୀବାସୀଙ୍କୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '୧୦ ବର୍ଷ ପୂର୍ବେ ବନାରସ୍ ମୋତ ସାଂସଦ କରି ପଠାଇଲା ଏବଂ ଏବେ ୧୦ ବର୍ଷ ପରେ ବନାରସର ଲୋକମାନେ ମୋତେ ବନାରସୀ କରି ଦେଇଛନ୍ତି । କାଶୀ ଏବଂ ପୂର୍ବାଞ୍ଚଳରେ କିଛି ବି କାମ ହେଲେ ମୋତେ ଆନନ୍ଦ ମିଳେ'। ବନାସ ଡାଏରୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ମୁଁ ୧୦ ପୂର୍ବେ ବନାସ ଡାଏରୀର ଶିଳାନ୍ୟାସ କରିଥିଲେ, ଆଜି ଉଦଘାଟନ ହୋଇଛି । ମୋଦୀର ଗ୍ୟାରେଣ୍ଟି ଆପଣମାନଙ୍କ ସାମନାରେ ଅଛି । ମୋଦୀର ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି'।

Also Read: ସନ୍ଦେଶଖାଲି ପୀଡ଼ିତାଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ ମୋଦୀ ! ବ୍ୟାକ୍‌ଫୁଟ୍‌ରେ ମମତା ବାନାର୍ଜୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.