ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡୁଙ୍ଗରପୁରରେ ରାଲିରେ ସମ୍ୱୋଧିତ କରିଛନ୍ତି । ପିଏମ୍ ମୋଦୀ ରାଲିକୁ କହିଛନ୍ତି ଯେ ଏବେ ଆଉ ରାଜସ୍ଥାନରେ କଂଗ୍ରେସ କେବେ ଆସିବ ନାହିଁ । ରାଜସ୍ଥାନରେ ଗେହଲଟ ସରକାର ଫେରିବ ନାହିଁ, ଦୁର୍ନୀତିଖୋରଙ୍କୁ ଖୋଜି ଖୋଜି ସଫା କରାଯିବ । ଲାଲ୍ ଡାଏରୀରେ କଂଗ୍ରେସ କଳା ସତ ରହିଛି । ରାଜସ୍ଥାନରେ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ଏପରି ସ୍ଥିତିରେ ରାଜସ୍ଥାନରୁ କଂଗ୍ରେସ ବିଦା ହେବା ନିଶ୍ଚିତ । ଏଥର ରାଜସ୍ଥାନରେ ବିଜେପି ହିଁ ସରକାର ଗଢିବ ।
ପିଏମ୍ ମୋଦୀ କହିଛନ୍ତି ଯେ କଂଗ୍ରେସ ସରକାର ରାଜସ୍ଥାନର ସବୁ ସରକାରୀ ନିଯୁକ୍ତିରେ ଘୋଟାଲା କରିଛି । କଂଗ୍ରେସ ନେତା ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବ୍ୟବସାୟ ଯୋଗୁଁ ସେମାନଙ୍କ ପିଲା ଅଫିସର ହୋଇଛନ୍ତି ଓ ଆପଣଙ୍କ ପିଲାକୁ ବାହାର କରାଯାଇଛି । ଏଥିପାଇଁ ଏପରି ଲୋକଙ୍କୁ ରାଜସ୍ଥାନ ମାଟିରୁ ସଫା କରିବାର ଅଛି ।
wp:html/wp:html#WATCH | Dungarpur, Rajasthan: While addressing a public meeting, Prime Minister Narendra Modi says,"...Because of bad governance of Congress dreams of youths have been shattered...The Congress government in Rajasthan has done scams in all the government appointments... This is… pic.twitter.com/WhvNAvOCko
— ANI (@ANI) November 22, 2023
ରାଲିରେ ପିଏମ୍ ମୋଦୀ କହିଛନ୍ତି, 'କଳା କାରନାମାର ଲାଲ୍ ଡାଏରୀର ଯେଉଁ ପୃଷ୍ଠା ସବୁ ଖୋଲୁଛି ସେଥିରେ କଂଗ୍ରେସ କଳା ଅଧ୍ୟାୟ ଲେଖା ହୋଇଛି । ଆଜି ମୁଁ ମାଭଜୀ ମହାରାଜ ଜୀଙ୍କ ଆଶୀର୍ବାଦ ନେଇ ଏକ ଅଭିଷ୍ୟତବାଣୀ କରିବାକୁ ସାହସ କରୁଛି । ଏହି ପବିତ୍ର ମାଟିର ଶକ୍ତି ଯୋଗୁ ମୋ ମନରେ ଏହି ବିଚାର ଆସିଛି ଓ ମୁଁ ମାଭଜୀ ମହାରଜଙ୍କୁ କ୍ଷମା ମାଗି ସାହସ କରୁଛି । ଏବେ ରାଜସ୍ଥାନରେ କେବେ ବି ଅଶୋକ ଗେହଲଟ ସରକାର ଆସିବ ନାହିଁ'।
Also Read: ୪୫୦ରେ ସିଲିଣ୍ଡର- ମାଗଣା ସ୍କୁଟି, ରାଜସ୍ଥାନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର