ହୀରାବା ଅସୁସ୍ଥ: ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝି ଫେରିଗଲେ ମୋଦୀ, ଡାକ୍ତର କହିଲେ- ସୁସ୍ଥ ଅଛନ୍ତି

Published By : Prameya-News7 Bureau | December 28, 2022 IST

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାତାୟୁ ମାଆ ହୀରାବା ଅସୁସ୍ଥ ହୋଇ ଅହମଦାବାଦର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ଏୟାରପୋର୍ଟରେ ପହଞ୍ଚିସାରିଛନ୍ତି।

ତେବେ ହୀରାବାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପ୍‌ଡେଟ୍‌ ଖବର ଆସିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ହସ୍‌ପିଟାଲ୍‌ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରର ଡାକ୍ତର ୟୁଏନ ମହେଟା କହିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମାଆଙ୍କୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଆସୁଥିବାରୁ ହସ୍‌ପିଟାଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଦିଆଯାଇଛି।

wp:html /wp:html

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମୋଦୀଙ୍କ ମାଆଙ୍କର ଆରୋଗ୍ୟ କାମନା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି "ମାଆ ଓ ପୁଅର ସମ୍ପର୍କ ଅନନ୍ତ ଓ ଅମୂଲ୍ୟ ହୋଇଥାଏ। ମୋଦୀ ଜୀ ଏଭଳି କଠିନ୍ନ ସମୟରେ ମୋ ଭଲପାଇବା ଓ ସମର୍ଥନ ଆପଣଙ୍କ ସହ ରହିଛି। ମୁଁ ଆଶା କରୁଛି ଯେ ଆପଣଙ୍କ ମାଆ ଯଥାଶୀଘ୍ର ଠିକ୍ ହୋଇଯିବେ।"

wp:html /wp:html

ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ମୋଦୀଙ୍କ ମାଆଙ୍କ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ଅସୁସ୍ଥ ହେବା ଖବର ଏବେ ପାଇଲି। ଏଭଳି ସ୍ଥିତିରେ ଆମେ ସମସ୍ତେ ତାଙ୍କ ସହ ରହିଛୁ। ମୁଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।"

ସୂଚନା ଥାଉକି ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନ ଭାଇ ପ୍ରହ୍ଲାନଦ ମୋଦୀ ମୟୁସୁର ଏକ କାର୍‌ ଦୁର୍ଘଟଣାରେ ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ପ୍ରହ୍ଲାଦ ଆହତ ହୋଇଥିବା ବେଳେ କାର୍ ଆଗ ଚକା ବାହାରିଯାଇଥିଲା। ବୁଲ୍‌ଡୋଜର ଲଗାଇ କାର୍‌କୁ ରାସ୍ତାରୁ ହଟାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.