ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷରେ ଭବ୍ୟ ସ୍ୱାଗତ, ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍‌ରେ ସମ୍ମାନିତ; ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ରୁଷ ଗସ୍ତରେ ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି । ମସ୍କୋ ପହଞ୍ଚିବା ପରେ ପିଏମ୍ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନରରେ ସମ୍ମାନିତ କରାଯାଇଛି । ପିଏମ୍ ମୋଦୀଙ୍କ ଏହି ଯାତ୍ରା ଅନେକ ଦୃଷ୍ଟରୁ ଗୁରୁତ୍ୱପୂର୍ଣ୍ଣ ଧରାଯାଉଛି । ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କ ସହ ୨୨ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ପିଏମ୍ ମୋଦୀ ଯୋଗ ଦେବେ ।



ଜୁନ୍‌ରେ ପିଏମ୍ ମୋଦୀଙ୍କ ଶପଥ ଗ୍ରହଣ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସରକାରୀ ରୁଷ ଯାତ୍ରା । ୨୦୨୨ ଫେବ୍ରୁଆରୀରେ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରୁଷ ଗସ୍ତ । ବିମାନ ବନ୍ଦରରେ ପିଏମ୍ ମୋଦୀଙ୍କୁ ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭ ସ୍ୱାଗତ ଜଣାଇଥିଲେ । ମଣ୍ଟୁରୋଭ ପିଏମ୍ ମୋଦୀଙ୍କୁ ହୋଟେଲ ଯାଏ ନେଇ ଯିବେ ଏବଂ ଉଭୟ ଗୋଟିଏ କାରରେ ଯାତ୍ରା କରୁଛନ୍ତି । ହୋଟେଲ ବାହାରେ ଢୋଲ ବଜାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରାଯାଇଛି । ରୁଷ ଶ୍ରଦ୍ଧାଳୁ ମସ୍କୋରେ ହୋଟେଲ ବାହାରେ ଭଜନ ଗାନ କରୁଥିବା ମଧ୍ୟ ନଜର ଆସିଛନ୍ତି ।



ପ୍ରଧାନମନ୍ତ୍ରୀ ମୋଦୀଙ୍କ ମସ୍କୋ ଗସ୍ତ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ ସହ ତାଙ୍କ ବାର୍ତ୍ତା ଦ୍ୱିପାକ୍ଷିକ ବ୍ୟବସାୟ ତଥା ଆର୍ଥିକ ସମ୍ପର୍କ, ବିଜ୍ଞାନ ଏବଂ ପ୍ରଯୁକ୍ତି ଅନୁସନ୍ଧାନର କିଛି ନୂଆ କ୍ଷେତ୍ର ଉପରେ କେନ୍ଦ୍ରୀତ ରହିବ । ରୁଷରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିନୟ କୁମାର ସୋମବାର ଏହି ସୂଚନା ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.