ରୁଷରେ ପ୍ରବାସୀ ଭାରତୀୟଙ୍କୁ ଖୁସି ଖବର ଦେଲେ ପିଏମ୍ ମୋଦୀ, ଦୁଇ ସହରରେ ଖୋଲାଯିବ ବାଣିଜ୍ୟିକ ଦୂତାବାସ

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରୁଷ ଗସ୍ତର ଦ୍ୱିତୀୟ ଦିନ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି । ରୁଷର କଜାନ ଏବଂ ୟିକାତେରିନ ବୁର୍ଗ ସହରରେ ଦୁଇଟି ନୂଆ ବାଣିଜ୍ୟିକ ଦୂତାବାସ ଖୋଲିବା ପାଇଁ ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା ଭରତ ଏବଂ ରୁଷ ମଧ୍ୟରେ ଯାତ୍ରା ଏବଂ ବ୍ୟବସାୟ ବଢିବ । 

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ରୁଷରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରି କହିଛନ୍ତି, 'ମୁଁ ଏକ ଖୁସିଖବର ଆପଣମାନଙ୍କ ମଧ୍ୟରେ ବାଣ୍ଟିବାକୁ ଚାହୁଁଛି । କଜାନ ଏବଂ ୟିକାତେରିନ ବୁର୍ଗରେ ଦୁଇଟି ନୂଆ କନସୁଲେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଯାତାୟାତ ଏବଂ କାରବାର ସହଜ ହେବ ।'

ବର୍ତ୍ତମାନ ସମୟରେ ରୁଷର ସେଣ୍ଟ ପିଟର୍ସବର୍ଗ ଏବଂ ଭ୍ଲାଦିଭୋସ୍କୋକରେ ଭାରତର ଦୁଇଟି ବାଣିଜ୍ୟ ଦୂତାବାସ ରହିଛି । କଜାନ ଏବଂ ୟିକାତେରିନ ବୁର୍ଗରେ ଦୁଇଟି ନୂଆ ବାଣିଜ୍ୟ ଦୂତାବାସ ସହ ଏହି ସଂଖ୍ୟା ୪ରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ ୟିକାତେରିନ ବୁର୍ଗ ରୁଷର ଚତୁର୍ଥ ବଡ଼ ସହର । ଏହି ସହର ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କେନ୍ଦ୍ର ଅଟେ । ୨୦୧୮ରେ ଏହି ସହରର ଫିଫା ବିଶ୍ୱକପର ଚାରି ମ୍ୟାଚ୍ ଆୟୋଜନ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.