ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି କରିଛନ୍ତି । ପରବର୍ତ୍ତୀ ଏନଡିଏ ସରକାର ଗଠନ ପାଇଁ ଦାବି କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାରକୁ ନେଇ ନିଜ ବୟାନ ରଖିଛନ୍ତି । ମୋଦୀ କହିଛନ୍ତି ଯେ ଶପଥ ଗ୍ରହଣ ସମାରୋହ ଜୁନ୍ ୯ ସଂଧ୍ୟାରେ ଶପଥ ନେବେ । ରାଷ୍ଟ୍ରପତି ଭବନ ସାମନାରେ ଭାଷଣ ଦେଇ କହିଛନ୍ତି ଯେ ରାଷ୍ଟ୍ରପତି ମୋତେ ଏବେ ଫୋନ କରିଥିଲେ ଏବଂ ମୋତେ ପିଏମ୍ ରୂପେ ରାମ କରିବା ପାଇଁ କହିଛନ୍ତି ଏବଂ ମୋତେ ଶପଥ ସମାରୋହ ବିଷୟରେ ସୂଚିତ କରିଛନ୍ତି ।
ପିଏମ୍ ମୋଦୀ କହିଛନ୍ତି ଯେ ମୁଁ ରାଷ୍ଟ୍ରପତିଙ୍କୁ ଜଣାଇଛି ଯେ ଜୁନ୍ ୯ ସଂଧ୍ୟାରେ ଆମ ଉପସ୍ଥିତ ରହିବୁ । ଏବେ ରାଷ୍ଟ୍ରପତି ଭବନ ବଳକା ବିବରଣୀ ପ୍ରସ୍ତୁତ କରିବ ଏବଂ ସେତେବେଳେକୁ ଆମେ ମନ୍ତ୍ରିପରିଷଦ ସୂଚୀ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବୁ । ଏହାପରେ ଶପଥ ଗ୍ରହଣ ସମାରୋହ ହେବ । ମୋଦୀ ଉଲ୍ଲେଖ କରି କହିଛନ୍ତି ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ପରେ ପ୍ରଥମ ନିର୍ବାଚନ ଥିଲା । ପିଏମ୍ ମୋଦୀ କହିଛନ୍ତି ଯେ ତୃତୀୟ ଥର, ଏନଡିଏ ସରକାରକୁ ଲୋକମାନେ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି... ମୁଁ ଦେଶର ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଗତ ଦୁଇ କାର୍ଯ୍ୟକାଳରେ ଯେଉଁ ଗତିରେ ଦେଶ ଆଗକୁ ବଢିଛି, ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଏବଂ ୨୫ କୋଟି ଲୋକ ଗରିବୀରୁ ବାହାରକୁ ଆସିଛି ସବୁ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ଅଟେ ।
ସେ କହିଛନ୍ତି ଯେ ୧୦ ବର୍ଷର ଏହି କାର୍ଯ୍ୟକାଳରେ ଭାରତ ବିଶ୍ୱ ପାଇଁ ବିଶ୍ୱବନ୍ଧୁ ଉଭା ହୋଇଛି । ଏହାର ଅଧିକାଂଶ ଲାଭ ଏବେ ମିଳିବା ଆରମ୍ଭ ହୋଇଛି । ମୁଁ ବିଶ୍ୱାସ କରେ ଯେ ଆଗାମୀ ୫ ବର୍ଷରେ ବୈଶ୍ୱିକ ପରିବେଶରେ ମଧ୍ୟ ଭାରତ ପାଇଁ ଉପଯୋଗୀ ହେବାକୁ ଯାଉଛି । ବିଶ୍ୱର ଅନେକ ସଂକଟ, ଅନେତ ଉତ୍ତେଜନା, ବିପର୍ଯ୍ୟୟ ଦେଇ ଯାଉଛି...ଆମେ ଭାରତୀୟ ଭାଗ୍ୟଶାଳୀ ଯେ ଏତେ ବଡ଼ ସଂକଟ ସତ୍ତ୍ୱେ ଆଜି ଆମେ ଦୁନିଆର ସବୁଠୁ ଦ୍ରୁତ ଗତିରେ ବଢିଥିବା ଅର୍ଥବ୍ୟବସ୍ଥା ରୂପେ ଜଣାଯାଉଛି । ବିକାଶ ପାଇଁ ଦୁନିଆରେ ଆମର ପ୍ରଶଂସା ହେଉଛି ।