scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୦୧ତମ ମନ-କି-ବାତ୍: ‘ଯୁବ ସଂଗମ’ କାର୍ଯ୍ୟକ୍ରମର ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ

28/05/2023 at 3:11 PM

ନୂଆଦିଲ୍ଲୀ: ଭବ୍ୟ ସଂସଦ ଭବନ ଉଦଘାଟିତ ହୋଇଛି । ରାଷ୍ଟ୍ର ଉଦ୍ଦେଶ୍ୟ ଏହାକୁ ସମର୍ପିତ କରାଯାଇଛି । ଏହି ଅବସରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିଛନ୍ତି । ୧୦୧ତମ ଏପିସୋଡରେ ଶିକ୍ଷା ମନ୍ତ୍ରଳାୟର ‘ଯୁବ ସଂଗମ’ କାର୍ଯ୍ୟକ୍ରମକୁ ବିଶ୍ଲେଷଣ କରି ମୋଦି କହିଛନ୍ତି, ଏହା ଭାରତରେ ବିବିଧତା ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରୁଛି । ଶିକ୍ଷା ମନ୍ତ୍ରଳାୟ ଦ୍ବାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ରାଷ୍ଟ୍ରୀୟ ବାର୍ତ୍ତା ଆଦାନ ପ୍ରଦାନ କାର୍ଯ୍ୟକ୍ରମ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତର ଯୁବପୀଢୀ ଭାଗ ନେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଦେଶରେ ବିବିଧତା ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନରେ ସହଯୋଗ କରିଥାଏ । ପ୍ରାୟ ୧୨୦୦ରୁ ଅଧିକ ଛାତ୍ରାଛାତ୍ରୀ ଏଥିରେ ସାମିଲ ହୋଇ ୨୨ରୁ ଅଧିକ ରାଜ୍ୟ ଯାତ୍ରା କରିଛନ୍ତି । ଭାରତ ମଧ୍ୟରେ ଥିବା ଅଞ୍ଚଳକୁ ଦେଖିବାକୁ ଅନେକଙ୍କ ମଧ୍ୟ ଉତ୍ସୁକତା ରହିଛି ବୋଲି ପିଏମ୍ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ-କି-ବାତ ମାଧ୍ୟମରେ ଜାପାନ ଗସ୍ତ କାର୍ଯ୍ୟକ୍ରମକୁ ଉଲ୍ଲେଖ କହିଛନ୍ତି, କିଛି ଦିନ ତଳେ ହିରୋସୀମାରେ ଥିଲି, ସେଠାରେ ଶାନ୍ତି ସ୍ମାରକକୁ ଯିବାର ସୁଯୋଗ ମିଳିଥିଲା । ସେହି ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହୋଇଥିଲେ ମୋଦି ।   

ସେହିପରି ମୋଦୀ କହିଛନ୍ତି ଯେ, ଗତ ମନ କି ବାତରେ କାଶୀ ତାମିଲ ସଙ୍ଗମମ ବିଷୟରେ କଥା ହୋଇଥିଲେ । ସୌରାଷ୍ଟ୍ର ତାମିଲ ସଙ୍ଗମମ ବିଷୟରେ ଚର୍ଚ୍ଚା କରିଥିଲେ । କିଛି ସମୟ ପୂର୍ବରୁ ବାରଣାସୀରେ କାଶୀ ତେଲୁଗୁ ସଙ୍ଗମମ ମଧ୍ୟ ହୋଇଛି । ଏକ ଭାରତର ଶ୍ରେଷ୍ଠ ଭାବନାକୁ ଶକ୍ତି ଦେବା ପାଇଁ ଦେଶରେ ଏଭଳି ଏକ ନିଆରା ପ୍ରୟାସ କରାଯାଇଛି । ଏହା ହେଉଛି ଯୁବା ସଙ୍ଗମର ପ୍ରୟାସ ।

   Related Posts