ପୁଣି ରାହୁଲଙ୍କ ରାଫେଲ ରାଗ ; ରାଫେଲ ଡିଲ୍ ଅନିୟମିତତା ନେଇ କେନ୍ଦ୍ରକୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧି

Published By : Prameya-News7 Bureau | February 12, 2019 IST

ନୂଆଦିଲ୍ଲୀ ୧୨|୨:  ପୁଣି ରାହୁଲଙ୍କ ରାଫେଲ ରାଗ । ରାଫେଲ ଡିଲ୍ ଅନିୟମିତତା ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ଏହି ମାମଲାରେ ଏକ ନୂଆ ଇ-ମେଲକୁ ଦେଖାଇଛନ୍ତି ରାହୁଲ, ଯେଉଁଥିରେ ଅନୀଲ ଅମ୍ବାନୀଙ୍କ କଥା କୁହାଯାଇଛି । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି ଫ୍ରାନ୍ସର ପ୍ରତିରକ୍ଷାମନ୍ତ୍ରୀଙ୍କ ଅଫିସକୁ ଯାଇଥିଲେ ଅନୀଲ ଆମ୍ବାନୀ ।

ରାଫେଲ ଡିଲ ବିଷୟରେ ସେତେବେଳେ ନା ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ଏ ବିଷୟରେ ଜାଣିଥିଲେ ନା ବୈଦେଶିକ ମନ୍ତ୍ରୀ । କିନ୍ତୁ ରାଫେଲ ଡିଲର ୧୦ ଦିନ ପୂର୍ବରୁ ଅନୀଲ ଆମ୍ବାନୀ ଏହି ଡିଲ ବିଷୟରେ କିପରି ଜାଣିବା ପାଇଁ ପାଇଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ସେ ସିଧାସଳଖ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଅନୀଲ ଆମ୍ବାନୀଙ୍କୁ ସହାୟତା କରିଛନ୍ତି । ଅଉ ମଧ୍ୟସ୍ଥତାର କାମ କରିଛନ୍ତି ।

ଦେଶର ସୁରକ୍ଷା ସହ ପ୍ରଧାନମନ୍ତ୍ରୀ ସାଲିସ କରୁଛନ୍ତି । ପ୍ରଧାନମନ୍ତ୍ରୀ ଯଦି ଏଥିରେ ସାମିଲ ନାହାନ୍ତି ତାହାହେଲେ ଜେପିସି ତଦନ୍ତକୁ କାହିଁକି ସେ ଡରୁଛନ୍ତି ବୋଲି ରାହୁଲ ପଚାରିଛନ୍ତି । ସିଏଜି ନୂଆ ନାଁ ଦେଇ ରାହୁଲ କହିଛନ୍ତି କ୍ୟାଗର କାମ ଉପରେ ମୁଁ ପ୍ରଶ୍ନ ଉଠାଇବାକୁ ଚାହୁଁନାହିଁ । କିନ୍ତୁ ଆଜିକାଲି କ୍ୟାଗର ଅର୍ଥ ହେଲା-ଚୌକିଦାର ଅଡିଟର ଜେନେରାଲ ରିପୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.