ପ୍ରଧାନମନ୍ତ୍ରୀ ମୋଦୀ ମହାନ ଦେଶ ଭକ୍ତ: ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ଋଷ ରାଷ୍ଟ୍ରପତି ପୁଟିନ

Published By : Prameya-News7 Bureau | October 28, 2022 IST

ନୂଆଦିଲ୍ଲୀ: ଗତକାଲି ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ୟୁଏଇ ଆର୍ଟିଫିସିଆଇ ଇଣ୍ଟେଲିଜେନ୍ସ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଉମାର ସୁଲତାନ ଅଲ ଓଲେମା। ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତର ସ୍ୱାଧୀନ ବୈଦେଶିକ ନୀତୀକୁ ପ୍ରଶଂସା କରିଛନ୍ତି। ତା ସହିତ ମୋଦୀଙ୍କୁ ମହାନ ଦେଶଭକ୍ତ ବୋଲି କହିଛନ୍ତି ପୁଟିନ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ-ଋଷ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଦୁଇ ଦେଶ ମଧ୍ୟରେ କୌଣସି ପୁରୁଣା ମାମଲା ବା ସମସ୍ୟା ନାହିଁ।

ଋଷ ରାଜଧାନୀ ମସ୍କୋରେ ଭାଲଦାଇ କ୍ଲବ ସମ୍ମିଳନୀରେ ଯୋଗ ଦେଇ ଏଭଳି କହିଛନ୍ତି ପୁଟିନ। ସେ କହିଛନ୍ତି “ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ ଦେଶ ଭକ୍ତ। କିଛି ଅଲଗା ନିଷ୍ପତ୍ତି ନେବା ଓ ରୋକ ଲଗାଇବାକୁ ଚେଷ୍ଟା ଫଳରେ ବି ସେ ତାଙ୍କର ବୈଦେଶିକ ନୀତିକୁ ସ୍ୱାଧୀନ ଭାବେ ରଖିଛନ୍ତି। ମୁଁ ନିଶ୍ଚିତ ଯେ ବିଶ୍ୱସ୍ତରରେ ଭାରତର ଆଗକୁ ଗୋଟେ ବଡ଼ ଭବିଷ୍ୟତ ଅଛି।”

ବ୍ରିଟେନ୍ ଠାରୁ ସ୍ୱାଧୀନତା ପାଇବା ପରେ ଭାରତ ଯେଉଁଭଳି ଭାବେ ଉନ୍ନତି କରିଛି ତାକୁ ବି ପ୍ରଶଂସା କରିଛନ୍ତି ପୁଟିନ। ସେ କହିଛନ୍ତି ଯେ ଭାରତ ପରାଧିନ ରାଷ୍ଟ୍ରଭାବେ ଦୀର୍ଘ ବର୍ଷ ହେଲା ବ୍ରିଟେନ୍ ଅଧିନରେ ରହିଥିଲା। ହେଲେ ଏବେ ଖୁବ ଉନ୍ନତି କରିଛି। ଭାରତ ଓ ଆମ ଭିତରେ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଆମ ଭିତରେ ସମର୍ଥନ ଓ ଅନ୍ୟ ମାମଲାଗୁଡ଼ିକରେ କୌଣସି ସମସ୍ୟା ନାହିଁ। ଯ।ହା ବର୍ତ୍ତମାନ ବି ଘଟୁଛି। ଏହା ଭବିଷ୍ୟତରେ ବି ହେବ ବୋଲି ମୁଁ ନିଶ୍ଚିତ ବୋଲି ପୁଟିନ କହିଛନ୍ତି।  

ନିକଟରେ ଋଷ ୟୁକ୍ରେନ୍ 4ଟି ଅଞ୍ଚଳ ଡୋନେଟ୍ସକ୍,ଲୁହାନ୍ସକ, ଖେରସନ ଏବଂ ଜାପୋରଝଝିଅକୁ ଦଖଲ କରି ନିଜ ଦେଶରେ ମିଶାଇଥିଲା। ଏହା ବିରୋଧରେ ଜାତିସଂଘରେ ଭୋଟ ହୋଇଥିଲା। ହେଲେ ଭାରତ ଏହି ଭୋଟିଂରୁ ବିରତ ରହିଥିଲା। ଏହାକୁ ନେଇ ବିଦେଶନୀତିକୁ ପ୍ରଶଂସା କରିଛନ୍ତି ପୁଟିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.