ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି କଟକର ଚା ବିକାଳି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି

Published By : Prameya-News7 Bureau | May 27, 2018 IST

ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କଟକର ଚା ବିକାଳି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି। ୫୦ ବର୍ଷ ଧରି କଟକରେ ଚା ବିକୁଛନ୍ତି ପ୍ରକାସ ରାଓ। ଚା ବିକିବା ସହିତ ସେ ଆଶା ଓ ଆଶ୍ବାସନା ନାମକ ଏକ ସ୍କୁଲ ଖୋଲିଛନ୍ତି। ଏହି ସ୍କୁଲରେ ବସ୍ତିରେ ରହିଥିବା ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି।ପ୍ରକାଶ ରାଓ ତାଙ୍କର ଆୟର ୫୦ ପ୍ରତିଶତ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରନ୍ତି। ଏହି ସ୍କୁଲରେ ପଢୁଥିବା ପିଲାମାନଙ୍କର ଶିକ୍ଷା,ସ୍ବାସ୍ଥ୍ୟ ଓ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରନ୍ତି ପ୍ରକାଶ ରାଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.