ଡିସେମ୍ୱର ୧୫ ଭିତରେ କୃଷକଙ୍କୁ ମିଳବ ପିଏମ୍‌ କିଷାନ୍‌ ନିଧି ଟଙ୍କା ! ଜାଣନ୍ତୁ ଲିଷ୍ଟରେ ଅଛି ନା ନାହିଁ ଆପଣଙ୍କ ନାମ

Published By : Prameya-News7 Bureau | November 23, 2021 IST

ନୂଆଦିଲ୍ଲୀ, ୨୩/୧୧: ଖୁବ୍‌ଶୀଘ୍ର କୃଷକଙ୍କୁ ମିଳିବ ପିଏମ୍‌ କିଷାନ୍‌ ସମ୍ମାନ ନିଧି ଟଙ୍କା ! ଏହି ଯୋଜନାରେ ପଞ୍ଜୀକରଣ କରିଥିବା କୃଷକଙ୍କ ଖାତାରେ ଏହି ସ୍କିମ୍‌ର ଦଶମ କିସ୍ତି ଟଙ୍କା କ୍ରେଡିଟ୍‌ ହେବ । କେନ୍ଦ୍ର ସରକାର ଡିସେମ୍ୱର ୧୫ ତାରିଖ ଭିତରେ ଏହି ଟଙ୍କା ପ୍ରଦାନ କରିବା ନେଇ ଅନୁମାନ କରାଯାଉଛି । ଦେଶର କୋଟି କୋଟି କୃଷକ ୨ ହଜାର ଟଙ୍କାର କିସ୍ତିକୁ ଅପେକ୍ଷା କରିରହିଛନ୍ତି । ତେବେ ଆପଣଙ୍କ ନାମ ଏହି ଲିଷ୍ଟରେ ଅଛି କି ନାହିଁ ସେ ନେଇ ଚେକ୍‌ କରାଇ ନିଅନ୍ତୁ ।

କୃଷକ ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ପାଣ୍ଠି ଯୋଗାଇ ଦେଉଛନ୍ତି । ଏହି ସ୍କିମ୍‌ରେ ୨ ଏକରରୁ କମ୍‌ ଜମି ଥିବା କୃଷକ ଏବଂ ଭାଗ ଚାଷୀଙ୍କ ପରିବାରକୁ ସରକାର ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ଥିବା ସରକାର ଏଥିପାଇଁ କୃଷକମାନଙ୍କୁ ଚିହ୍ନଟ କରି ସେମାନଙ୍କ ଲିଷ୍ଟ କେନ୍ଦ୍ରକୁ ଦେଇଛନ୍ତି । ଏହାର ଗାଇଡ୍‌ଲାଇନ୍‌ ଅନୁସାରେ ଏହି ଟଙ୍କା ପ୍ରତ୍ୟେକ୍ଷ ଭାବେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯିବ ।

ଯଦି ଆପଣ ମଧ୍ୟ ଦଶମ କିସ୍ତି ପାଇଁ ପଞ୍ଜୀକୃତ ହୋଇଛନ୍ତି, ତେବେ ଏହି କିସ୍ତିର ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ ସେନେଇ ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରନ୍ତୁ । ନିମ୍ନୋକ୍ତ ପଦକ୍ଷେପଗୁଡିକ ଅନୁସରଣ କରି ଆପଣ ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିପାରିବେ ।

୧- ଆପଣଙ୍କୁ ପ୍ରଥମେ ପିଏମ୍‌ କିଷାନ୍‌ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in କୁ ଯିବାକୁ ପଡିବ ।

୨- ଏଥିରେ ଆପଣ ହୋମପେଜରେ ଫାର୍ମର୍ସ କର୍ଣ୍ଣରର ବିକଳ୍ପ ପାଇବେ ।

୩- ଏହା ଉପରେ କ୍ଲିକ୍ କରନ୍ତୁ, ଏହାର ଭିତରେ ଆପଣଙ୍କୁ ହିତାଧିକାରୀ ତାଲିକାରେ କ୍ଲିକ୍ କରିବାକୁ ପଡିବ ।

୪- ପରେ ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରନ୍ତୁ ।

୫- ବର୍ତ୍ତମାନ ଏଥିରେ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ଚୟନ କରନ୍ତୁ ।

୬-  ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ ।

୭-  ଏହାପରେ ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ତାଲିକା ଦେଖାଯିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.