୧୨ କୋଟି ଚାଷୀଙ୍କ ପାଇଁ ଖୁସି ଖବର: ଏହି ଦିନ ମିଳିବ ପିଏମ୍ କିଷାନ ସମ୍ମାନ ନିଧିର ୧୪ତମ କିସ୍ତି

Published By : Prameya-News7 Bureau | July 04, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅଧିନରେ ୧୪ତମ କିସ୍ତି ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ପାଇଁ ଖୁସି ଖବର । ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ, ଚଳିତ ମାସ ୧୫ ତାରିଖ ସୁଦ୍ଧା ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏ ଆସିବ । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । ଏହି ଯୋଜନା ଅଧିନରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ସରକାରଙ୍କ ତରଫରୁ ଦିଆଯାଇଥାଏ । ଏହି ରାଶି ବର୍ଷକୁ ୨ ହଜାର ଟଙ୍କା ଲେଖାଏ ରୂପେ ତିନି ଥର ଦିଆଯାଉଛି । ସରକାର ଏହି ରାଶିକୁ ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପିଏମ୍ କିଷାନ ସମ୍ମାନ ନିଧିର ୧୩ତମ କିସ୍ତି ଫେବ୍ରୁଆରୀ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାରି କରାଯାଇଥିଲା । ଏହା ଅଧିନରେ ୮ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୧୬,୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଏହି ଯୋଜନା ଅଧିନରେ ୧୧ତମ ଏବଂ ୧୨ତମ କିସ୍ତି ଗତ ବର୍ଷ ମଇ ଏବଂ ଅକ୍ଟୋବରରେ ପ୍ରଦାନ କରାଯାଇଥିଲା ।

ପଢନ୍ତୁ: ସ୍ୱାଭାବିକ ସ୍ଥିତିକୁ ଫେରିବ ମୌସୁମୀ, ୬ରୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

ଯଦି ଆପଣ ପିଏମ କିଷାନର ଲାଭାର୍ଥୀ ତେବେ ବିନା କୌଣସି ଅସୁବିଧାରେ ୧୪ତମ କିସ୍ତି ପାଇଁ କିଛି ଜରୁରୀ କାମ କରି ନିଅନ୍ତୁ । ଉଦାହରଣ ପାଇଁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ ରଖନ୍ତୁ । ପଞ୍ଜିକୃତ ଚାଷୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ଅଟେ । ଓଟିପି ଆଧାରିତ ଇ-କେୱାଇସି ପିଏମ-କିଷାନ ପୋର୍ଟାଲରେ ଉପଲବ୍ଧ ରହିଛି । ଯେକୌଣସି ସହଯୋଗ ପାଇଁ ପିଏମ କିଷାନ ହେଲ୍ପଲାଇନ ନମ୍ୱର ୧୫୫୨୬୧/୦୧୧-୨୪୩୦୦୬୦୬ ସହ ଯୋଗାଯୋଗ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.