AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ, ନୀଳ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ, ସିକନ୍ଦରାବାଦରୁ ବିଶାଖାପାଟଣା ଗଡ଼ିବ ଟ୍ରେନ୍

15/01/2023 at 11:33 AM

ହାଇଦ୍ରାବାଦ: ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନକୁ ନୀଳ ପତାକା ଦେଖାଇଛନ୍ତି । ତେଲଙ୍ଗାନାର ସିକନ୍ଦରାବାଦରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ୍ ।

ଦେଶରେ ଗଡ଼ିବ ଆଉ ଏକ ଦ୍ରୁତଗତି ଟ୍ରେନ୍ । ରବିବାର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଟ୍ରେନ୍ ତେଲେଙ୍ଗାନରୁ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୌଡିବ । ସିକନ୍ଦରାବାଦରୁ ବିଶାଖାପାଟଣା ପର୍ଯ୍ୟନ୍ତ ୭୦୦ କିମି ରାସ୍ତାକୁ ୮ ଘଣ୍ଟାରେ ଯାତ୍ରା କରିବ । ଉଭୟ ପଟୁରୁ ଚାଲିବ ଏହି ଟ୍ରେନ୍ । ରାଜମୁନ୍ଦ୍ରି, ବିଜୟଓ୍ବାଡ଼ା ଓ ଓ୍ବାରଙ୍ଗଲରେ ରହଣୀ କରିବ । ଏହା ଦକ୍ଷିଣ ଭାରତ ଦ୍ବିତୀୟ ଏବଂ ଭାରତ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ । ଏହା ପୂର୍ବରୁ ଚେନ୍ନାଇରୁ ମହୀଶୂର ମଧ୍ୟରେ ଗୋଟିଏ ଟ୍ରେନ୍ ଚଲୁଛି ।

ବିଶାଖାପାଟଣାରୁ ସକାଳ ୫.୪୫ରେ ବାହାରି ଦ୍ବିପ୍ରହର ୧୪.୧୫ରେ ସିକନ୍ଦରାବାଦରେ ପହଞ୍ଚିବ । ସେହିପରି ସିକନ୍ଦରାବାଦରୁ ୧୪.୪୫ ମିନିଟରେ ବାହାରି ରାତି ୨୩.୧୫ରେ ବିଶାଖାପାଟଣାରେ ପହଞ୍ଚିବ ଏହି ଟ୍ରେନ୍ । ଏହା ତେଲେଙ୍ଗାନା ଓ ଆନ୍ଧ୍ରକୁ ଯୋଡ଼ିବାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ରାଜଧାନୀରୁ ବାରଣାସୀ ୨୦୧୯ରେ ଆରମ୍ଭ ହୋଇଥିଲା ।     

   Related Posts