ପଙ୍କଜ ଉଧାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ, ଜାଣନ୍ତୁ ପ୍ରଧାନମନ୍ତ୍ରୀ କହିଲେ କ’ଣ?

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ ୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକରେ ଶୋକ ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏ ନେଇ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି ପଙ୍କଜ ଉଧାସଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରୁଛି। ତାଙ୍କର ଗାୟନ ଅନେକ ପ୍ରକାରର ଭାବନା ବ୍ୟକ୍ତ କରିଥାଏ। ସେ ଭାରତୀୟ ସଙ୍ଗୀତର ଏକ ମହାନ ଆଲୋକବର୍ତ୍ତିକା ଥିଲେ। ଗତକିଛି ବର୍ଷରେ ତାଙ୍କ ସହ ମୋର କଥୋପକଥନ କଥା ମନେ ପଡୁଛି। ତାଙ୍କ ଆବର୍ତ୍ତମାନରେ ସଙ୍ଗୀତ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି, ଯାହାକୁ କେବେ ପୂରଣ କରିହେବନି। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଶିଦ୍ଧ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକରେ କଂଗ୍ରେସ ପାର୍ଟି ମଧ୍ୟ ଶୋକ ପ୍ରକାଶ କରିଛି। ପାର୍ଟିର ଅଧିକାରୀକ ଏକ୍ସ ହ୍ୟାଣ୍ଡଲରେ ଏକ ଶୋକବାର୍ତ୍ତା ପୋଷ୍ଟ କରାଯାଇଛି। କୁହାଯାଇଛି ‘ଦେଶର ପ୍ରଶିଦ୍ଧ ଗଜଲ ଗାୟକ ପଙ୍କଜ ଉଧାସଜୀଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦ। ଆମ ସମସ୍ତଙ୍କ ମଧ୍ୟରୁ ପଙ୍କଜ ଉଧାସଜୀଙ୍କ ଏପରି ପ୍ରସ୍ଥାନ ଦେଶ ଓ ସଙ୍ଗୀତ ଜଗତ ନିମନ୍ତେ ଅପୂରଣୀୟ କ୍ଷତି। ଈଶ୍ୱର ଦିବଙ୍ଗତ ଆତ୍ମାକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ। ଶୋକାକୂଳ ପରିବାର ସହିତ ଆମର ସମବେଦନା ରହିଛି’।

wp:html /wp:html

ସେହିପରି ବଲିଉଡ ଗାୟକ ସୋନୁ ନିଗମ ଇଂଷ୍ଟାରେ ପଙ୍କଜ ଉଧାସଙ୍କ ଫଟୋ ସେୟାର କରି ଶୋକ ପ୍ରକାଶ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ମୋ ପିଲାଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଆଜି ହଜିଗଲା। ପଙ୍କଜ ଉଧାସ ଜୀ ମୁଁ ସର୍ବଦା ତୁମକୁ ମନେ ରଖିବି। ଆପଣ ଯେଉଁଠି ବି ରୁହନ୍ତୁ ଶାନ୍ତିରେ ରହନ୍ତୁ। ପଙ୍କଜ ଉଧାସଙ୍କ ଜନ୍ମ ୧୭ ମେ୧୯୫୧ରେ ଗୁଜରାଟର ଜୈତପୁରରେ ହୋଇଥିଲା। ୩ ଭାଇଙ୍କ ମଧ୍ୟରେ ସେ ସବୁଠୁ କନିଷ୍ଠ ଥିଲେ। ତାଙ୍କର ଦୁଇ ବଡ଼ ଭାଇ ମନହର ଉଧାସ ଓ ନିର୍ମଲ ଉଧାସ ପ୍ରଶିଦ୍ଧ ଗାୟକ ଥିଲେ। ଏହି ଦୁଇ ଭାଇ ଉଧାସ ପରିବାରରେ ଗୀତ ଗାଇବା ଆରମ୍ଭ କରିଥିଲେ।

{"id":914104,"width":840,"height":559,"sizeSlug":"full","linkDestination":"none"}

ସେମାନଙ୍କ ପରେ ପଙ୍କଜ ଉଧାସ ମଧ୍ୟ ଗାୟନ ଆରମ୍ଭ କରିଥିଲେ ଓ ବଡ଼ ଦୁଇଭାଇଙ୍କ ପଦାଙ୍କ ଅନୁସରଣ କରିଥିଲେ। ସେ ରାଜକୋଟ ସଙ୍ଗୀତ ନାଟକ ଏକାଡେମୀରେ ୪ ବର୍ଷ ତବଲା ବଜେଇବା ଶିଖିଥିଲେ। ଏହା ପରେ ସେ ମାଷ୍ଟର ନବରଙ୍ଗଙ୍କ ଠାରୁ ଶାସ୍ତ୍ରୀୟ ଗାୟନରେ ନିପୁଣତା ହାସଲ କରିଥିଲେ। ପଙ୍କଜ ଉଧାସଙ୍କୁ ପ୍ରଥମେ ୧୯୭୨ ମସିହାରେ ବଲିଉଡ ଅଫର ମିଳିଥିଲା। ଫିଲ୍ମ ‘କାମନା’ରେ ସେ ପ୍ରଥମ ଗୀତ ଗାଇଥିଲେ। ସଙ୍ଗୀତକାର ଉଷା ଖନ୍ନାଙ୍କ ପରାମର୍ଶରେ ତାଙ୍କୁ ଏହି ଫିଲ୍ମରେ ଗୀତ ଗାଇବାର ସୁଯୋଗ ମିଳିଥିଲା।

wp:html /wp:html

ଫିଲ୍ମଟି ପ୍ରେକ୍ଷାଳୟରେ ସଫଳ ହୋଇ ନଥିଲା ହେଲେ ପଙ୍କଜଙ୍କ ଗୀତ ଲୋକେ ଖୁବ ପସନ୍ଦ କରିଥିଲେ। ତେବେ ପଙ୍କଜ ଉଧାସଙ୍କୁ ଗାୟକର ପରିଚୟ ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ମିଳିଥିଲା। ସଞ୍ଜୟ ଦତ୍ତଙ୍କ ଫିଲ୍ମର ଗୀତ ‘ଚିଠି ଆଇ ହୈ..’ତାଙ୍କୁ ଶ୍ରୋତାଙ୍କ ମଧ୍ୟରେ ପରିଚୟ ଦେଇଥିଲା। ଏହା ପରେ ସେ ଅନେକ ଫିଲ୍ମରେ ଗୀତ ଗାଇଥିଲେ। ଏହା ଛଡା ସେ ଆଲବମ ମଧ୍ୟ ରେକର୍ଡ କରିଛନ୍ତି। ଏହା ସହିତ ସେ ଉଚ୍ଚମାନର ଗଜଲ ବି ଗାଉଥିଲେ। ପଦ୍ମଶ୍ରୀ ପଙ୍କଜ ଉଧାସ ଭାରତୀୟ ସଙ୍ଗୀତକୁ ନୂଆ ଉଚ୍ଚତା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.