scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ୟାବିନେଟ୍ ବୈଠକରେ ପିଏମ୍‌ ଇ-ବସ୍ ସେବାକୁ ଅନୁମୋଦନ: ଦେଶରେ ଗଡ଼ିବ ୧୦ ହଜାର ନୂଆ ଇଲେକ୍ଟ୍ରିକ୍ ବସ୍

16/08/2023 at 5:32 PM

ନୂଆଦିଲ୍ଲୀ: ପିଏମ ବିଶ୍ୱକର୍ମା ଯୋଜନା ସହିତ ଆଜି ପିଏମ୍‌ ଇ-ବସ୍‌ ସେବାକୁ ମଧ୍ୟ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ବୁଧବାର(ଅଗଷ୍ଟ ୧୬) ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ମଧ୍ୟ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍। ପିଏମ୍‌ ଇ-ବସ୍ ସେବା ବିଷୟରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୫୭,୬୧୩ କୋଟି ଟଙ୍କାର ଏହି ଯୋଜନାରେ ୧୦ ହଜାର ନୂଆ ଇଲେକ୍ଟ୍ରିକ୍‌ ବସ ଚାଲିବ। ୧୦୦ଟି ସହରରେ ଏହିସବୁ ବସ୍ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଯୋଜନାରେ ଆବଣ୍ଟିତ ହୋଇଥିାବ ପୁଞ୍ଜି ୫୭,୬୧୩ କୋଟି ଟଙ୍କାରୁ ୨୦ ହଜାର କୋଟି କେନ୍ଦ୍ର ସରକାର ଦେବେ। ବାକି ଧନରାଶି ରାଜ୍ୟ ସରକାର ଦେବେ ବୋଲି ଅନୁରାଗ ଠାକୁର କହିଛନ୍ତି। ଏହି ଯୋଜନା ମାଧ୍ୟମରେ ୧୦ ବର୍ଷ ପାଇଁ ବସ୍ ଅପରେଟର୍ସଙ୍କୁ  ସପୋର୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପିପିପି ମଡେଲ ଅଧୀନରେ ଏହି ବସ୍ ଗୁଡିକ କିଣିଯିବା। ଏଥିପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଏପରି ପରିସ୍ଥିତିରେ ଘରୋଇ କମ୍ପାନୀଗୁଡିକ ଏକ ସୁବର୍ଣ୍ଣ ସୁଯୋଗ ପାଇବେ। ଏହି ଯୋଜନା ୨୦୩୭ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଯେଉଁ ସହରଗୁଡ଼ିକରେ ବସ୍ ସେବାର କୌଣଶି ସଂଗଠିତ ଢାଞ୍ଚା  ନଥିବା ଏହି ଯୋଜନାରେ ସେହି ସହରଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିରେ ସିଧାସଳଖ ଭାବେ ୪୫, ହଜାରରୁ ୫୫ ହଜାର ରୋଜଗାର ସୃଷ୍ଟି ହୋଇପାରିବ।

ସୂଚନା ଥାଉକି ବୁଧବାର(ଅଗଷ୍ଟ ୧୬) କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠରେ ପିଏମ୍ ବିଶ୍ୱକର୍ମା ଯୋଜନାକୁ ବି ଅନୁମୋଦନ ମିଳିଛି। ଏଥିରେ କାରିଗର ଓ ଶିଳ୍ପକାରମାନଙ୍କୁ ୫ ପ୍ରତିଶତ ସୁଧହାରରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ମିଳିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ପିଏମ ବିଶ୍ୱକର୍ମା ଯୋଜନା ବିଶେଷ କରି ଓବିସି ବର୍ଗର ଲୋକଙ୍କୁ ସୁହାଇବ। ଏହି ବର୍ଗର ଲୋକେ ଅଧିକ ଶିଳ୍ପକାର୍ଯ୍ୟରେ ଲିପ୍ତ ରହୁଥବାରୁ ତାଙ୍କ ପାଇଁ ଏହି ଯୋଜନା ଲାଭକାରୀ ହେବ। ତେବେ ସେପ୍ଟେବମ୍ବର ୧୭ ତାରିଖରେ ବିଶ୍ୱକର୍ମା ଯୋଜନା ପଡ଼ୁଥିବାରୁ ଏହି ଦିନ ହିଁ ପଏମ୍‌ ବିଶ୍ୱକର୍ମା ଯୋଜନା ଲଞ୍ଚ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଏଥିସହିତ ଆଜିର କ୍ୟାବିନେଟ୍‌ ବୈଠକରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଇଛି। ଏଥିରେ ୧୪,୯୦୩ କୋଟି ଅନୁମୋଦନ କରାଯାଇଛି। ସେହିପରି ରେଳ ବିଭାଗ ୭ଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିରେ ୩୨,୫୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।

   Related Posts