ସନ୍ଧ୍ୟାରେ ମୋଦୀ-ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଜି ୨୦ ବାଦ୍‌ ସମୁଦାୟ ୧୫ ବୈଠକ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 08, 2023 IST

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ବିଶ୍ବର ଅନେକ ବଡ଼ ବଡ଼ ନେତା ଏବଂ ଟପ୍ ଅଧିକାରୀ। ଜି ୨୦ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭାରତ ଆସୁଛନ୍ତି । ତେବେ ଜି ୨୦ ସମ୍ମିଳନୀ ବାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋ ବାଇନେଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଦ୍ବିପାକ୍ଷିକ ଆଲୋଚନା କରିବେ।

କେବଳ ଆମେରିକା ରାଷ୍ଟ୍ରପତି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ, ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ବିଶ୍ବର ବଡ଼ ବଡ଼ ନେତାଙ୍କ ସହ ସମୁଦାୟ ୧୫ ଦ୍ବିପାକ୍ଷିକ ବୈଠକ କରିବେ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ (ପୂର୍ବରୁ ଟ୍ବିଟର)ରେ ସୂଚନା ଦେଇଛନ୍ତି। ପୋଷ୍ଟରେ ଶୁକ୍ରବାର ସମୁଦାୟ ତିନି ଦ୍ବିପାକ୍ଷିକ ବୈଠକ ହେବ ବୋଲି କହିଛନ୍ତି।

ଯେଉଁଥିରେ ମରିସିଅସ ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ କୁମାର ଜୁଗନଥ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବୈଠକ ନେଇ ସ୍ପଷ୍ଟ କରିଛନ୍ତି। ମୋଦୀ କହିଛନ୍ତି ‘‘ଏହି ବୈଠକ ଏହି  ଦେଶଙ୍କ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ଏବଂ ବିକାଶତ୍ମକ ସହଯୋଗକୁ ଆହୁରି ମଜବୁତ କରିବାକୁ ଅବସର ଦେବ।’’

ଆହୁରି ପଢ଼ନ୍ତୁ: ଓଡ଼ିଆ ଲୋକଗୀତରେ ଦୁଲୁକିଲା G_20 ମଞ୍ଚ, ନିଜକୁ ଅଟକାଇ ରଖିପାରିଲେନି IMF ପରିଚାଳନା ନିର୍ଦ୍ଦେଶକ

ସେହିପରି ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ୍‌, ଜାପାନ ଏବଂ ଇଟାଲୀ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ସେହିପରି ସେପ୍ଟେମ୍ବର ୧୦ ତାରିଖ ଅର୍ଥାତ୍ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡା ରାଷ୍ଟ୍ରପତି ଜଷ୍ଟିନ୍ ଟ୍ରୁଡୋ, ତୁର୍କୀ, ୟୁଏଇ, ସାଉଥ କୋରିଆ, ୟୁରୋପିଆନ ୟୁନିୟନ, କୋମୋରୋସ, ବ୍ରାଜିଲ ଏବଂ ନାଇଜେରିଆ ନେତାଙ୍କ ସହ ବୈଠକ କରିବେ।

ସୂଚନାଯୋଗ୍ୟ, ଜି ୨୦ ସମ୍ମିଳନୀରେ ୟୁରୋପିୟନ ୟୁନିୟନର ୩୦ରୁ ଅଧିକ ନେତା ଏବଂ ଅଧିକାରୀ ଏହା ସହ ଆମନ୍ତ୍ରିତ ଅତିଥି ଦେଶ  ଏବଂ ୧୪ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଭାଗ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.