ସରିଲା ପିଏମ୍‌ ଆବାସ ଯୋଜନା ବୈଠକ, ରାଜ୍ୟ ପାଇଁ ସର୍ତ୍ତ ରଖିଲେ ମନ୍ତ୍ରୀ ଗିରିରାଜ ସିଂହ

Published By : Prameya-News7 Bureau | August 11, 2022 IST

ଭୁବନେଶ୍ୱର, ୧୧/୦୮: ପିଏମ ଆବାସ ଯୋଜନା ବୈଠକ ଶେଷ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗିରିରାଜ ସିଂହଙ୍କ ମଧ୍ୟରେ ଆଲୋଚନା ସରିଛି । ଓଡିଶାର ବାସହୀନ ଲୋକଙ୍କୁ କିଭଳି ଘର ମିଳିପାରିବ ସେ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଦେଶ ପାଇଁ ପିଏମ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟ ବରାଦ କରିଛନ୍ତି । ସେଥିରୁ ଓଡିଶାର ଭାଗ ୭ ହଜାର କୋଟି । ଏଥିରେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଘର ଆବଣ୍ଟନ କରାଯିବା ନେଇ ଜଣାପଡ଼ିଛି ।

କିନ୍ତୁ ରାଜ୍ୟ ପାଇଁ ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର । ଘର ଆବଣ୍ଟନରେ ସ୍ବଚ୍ଛତା ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ ସର୍ତ୍ତ ରଖାଯାଇଛି । ଘର ନିର୍ମାଣ ଆରମ୍ଭରୁ କ୍ରିୟାନ୍ବୟନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ଲୋଗ ରହିବ । କେନ୍ଦ୍ର ସରକାରଙ୍କ ସର୍ତ୍ତକୁ ସ୍ବିକାର କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।
ଘର ଆବଣ୍ଟନରେ ଅନୀୟମିତତା କରିଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.