ନୂଆବର୍ଷ ୨୦୨୩, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
1/01/2023 at 8:57 AM

ନୂଆଦିଲ୍ଲୀ, ୦୧/୦୧: ନୂଆ ଆଶା ଉଦ୍ଦୀପନା ସହ ଆରମ୍ଭ ହୋଇଛି ନୂଆବର୍ଷର ନୂଆ ସକାଳ। ଦେଶ ତଥା ସମଗ୍ର ବିଶ୍ବରେ ପାଳନ ହେଉଛି ନୂଆବର୍ଷ। ଆନନ୍ଦ ଉଲ୍ଲାସର ସହ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ। କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ଧରି ଫିକା ପଡ଼ିଥିଲା ନୂଆବର୍ଷ ସେଲିବ୍ରେସନ। ତେବେ ଚଳିତ ଥର ପ୍ରତିବନ୍ଧକ ଉଠିଥିବାରୁ ଚାରିଆଡ଼େ ଧୁମ୍ଧାମରେ ନୂତନ ବର୍ଷ ୨୦୨୩ କୁ ସ୍ବାଗତ କରାଯାଇଛି। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ।
ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ରାଷ୍ଟ୍ରପତି ଦେଶବାସୀ ତଥା ବିଦେଶରେ ରହୁଥିବା ପ୍ରବାସୀଙ୍କୁ ନୂତନବର୍ଷର ଶୁଭକାମନା ଜଣାଇବା ସହ, ନୂତନ ବର୍ଷ ୨୦୨୩ ସମସ୍ତଙ୍କ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଏବଂ ସଫଳତାର କାମନା କରିଛନ୍ତି।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷ ସମସ୍ତଙ୍କ ପାଇଁ ଆଶା, ଖୁସି ଏବଂ ସଫଳତାରେ ପରିପୂର୍ଣ୍ଣ ହେବା ସହ, ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆବର୍ଷ ଶୁଭେଚ୍ଛା ଜଣାଇବା ସହ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।