ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୯ ତାରିଖରେ ବାହାରିବ ଯୁକ୍ତ ୨ କଳା, ବାଣିଜ୍ୟ ରେଜଲ୍ଟ

7/06/2018 at 9:46 AM

ଆଉ ଦିନକ ପରେ ଅର୍ଥାତ ୯ ତାରିଖରେ ବାହାରିବ ଯୁକ୍ତ ୨ କଳା, ବାଣିଜ୍ୟ ରେଜଲ୍ଟ । ପରିଷଦର ମୁଖ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ପର୍ବାହ୍ନ ୧୧ଟାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଫଳ ପୁସ୍ତିକା ଉନ୍ମୋଚନ କରିବେ । ପରିଷଦ ପକ୍ଷରୁ ଜାରି ଦୁଇଟି ୱେବସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ସେଗୁଡିକ ହେଲା www.chseodisha.nic.in ଓ www.odisharesults.nic.in । ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଚଳିତ ବର୍ଷ କଳାରେ ୨ ଲକ୍ଷ ୩୪ ହଜାରରୁ ଅଧିକ ଓ ବାଣିଜ୍ୟରେ ୨୭ ହଜାର ୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ଖାତା ଦେଖାରେ ବିଭ୍ରାଟ ଯୋଗୁଁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । …

Leave a Reply

   Related Posts