Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୁରୁବାର ପ୍ରକାଶ ପାଇବ +2 କଳା ରେଜଲ୍ଟ, ଅପରାହ୍ନ ୪ଟାରେ ଓ୍ୱେବସାଇଟ୍‌ରେ ହେବ ଉପଲବ୍ଧ

8/06/2023 at 7:36 AM

ଭୁବନେଶ୍ୱର ୦୮।୦୬ : ଗୁରୁବାର ପ୍ରକାଶ ପାଇବ ଯୁକ୍ତ -୨ କଳା ରେଜଲ୍ଟ । ଅପରାହ୍ନ ୪ଟାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ-୨ ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି। www.orissaresult.nic.in ଏବଂ ସାମସ୍ ଇସ୍ପେସରେ ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଖବର ଅନୁଯାୟୀ, କଳାରେ ୨ଲକ୍ଷ ୧୯ ହଜାର ୧୧୦ ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମେ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା। ସେତେବଳେ ସୂଚନା ଦିଆଯାଇଥିଲା ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ କରାଯିବ। ସେହି ଅନୁଯାୟୀ ଆଜି କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି। ଆସନ୍ତାବର୍ଷଠାରୁ ଯୁକ୍ତ-୨ କଳା ,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଷ୍ଟ୍ରିମର ପରୀକ୍ଷା ଫଳ ଏକା ସଙ୍ଗେ ପ୍ରକାଶ ପାଇବା ନେଇ ବିଭାଗ ଘୋଷଣା କରିଥିଲା।

   Related Posts