ଖୁବ୍‌ ଶୀଘ୍ର +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ , ଡିଜି ଲକର୍‌ରେ ଉପଲବ୍ଧ ହେବ ସାର୍ଟିଫିକେଟ୍ ଓ ମାର୍କସିଟ୍

Published By : Prameya-News7 Bureau | June 01, 2023 IST

ଭୁବନେଶ୍ୱର ୦୧।୦୬ : ଜୁନ ୮ତାରିଖ ସୁଦ୍ଧା ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ସୂଚନା ଦେଇଛି ।  ବୁଧବାର ପ୍ରକାଶ ପାଇଛି ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । 

wp:embed {"url":"https://www.prameyanews7.com/plus-2-result-published/","type":"wp-embed","providerNameSlug":"prameya-news-7"}
https://www.prameyanews7.com/plus-2-result-published/
/wp:embed

ତେବେ ଆସନ୍ତାବର୍ଷଠାରୁ ଏକାଠି ପ୍ରକାଶ ପାଇବ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଯୁକ୍ତ ୨ ପାସ୍ କରିଥିବା ଛାତ୍ରଛାତ୍ରୀ ଡିଜିଲକର୍ ଆପ୍ ରୁ ନିଜ ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ପାଇପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ବ୍ୟବସ୍ଥା କରିଛି ।

wp:embed {"url":"https://www.prameyanews7.com/bapaku-marila-pua-at-nimapada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bapaku-marila-pua-at-nimapada/
/wp:embed

ସେହିପରି ଛାତ୍ରଛାତ୍ରୀ ପ୍ରୋଭିଜନାଲ୍ ମାର୍କସିଟ୍‍ ମାଇଗ୍ରେସନ୍ ସାର୍ଟିଫିକେଟ୍ ଏବଂ ସାର୍ଟିଫିକେଟ୍ ଏହି ଆପ୍‌ରୁ ଡାଉନଲୋଡ୍ କରିପାରିବେ । ଏନେଇ ପାସ୍ କରିଥିବା ଶିକ୍ଷାନୁଷ୍ଠାନରୁ ୬ଡିଜିଟ ନମ୍ବର ଦିଆଯିବ । ଏହି ନମ୍ବରକୁ ବ୍ୟବହାର କରି ଛାତ୍ରଛାତ୍ରୀ ଡିଜିଲକର୍ ଆପରୁ ନିଜ ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ପାଇପାରିବେ । ଜୁନ ୧୦ ତାରିଖ ପରେ ଡିଜି ଲକର୍ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ଛାତ୍ରଛାତ୍ରୀ ମଧ୍ୟ ପୂର୍ବ ପରି କଲେଜ୍ ରୁ ମାଇଗ୍ରେସନ୍ ସାର୍ଟିଫିକେଟ୍ , ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ପାଇପାରିବେ ।

You Can Read :

wp:embed {"url":"https://www.prameyanews7.com/sonakshi-sinha-bought-sea-view-new-flat-in-mumbai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sonakshi-sinha-bought-sea-view-new-flat-in-mumbai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.