Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ

9/06/2018 at 5:58 AM

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ । ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଚଳିତ ବର୍ଷ କଳାରେ ମୋଟ୍ ପାସ୍ ହାର ହେଉଛି ୬୮.୭୯% । ଚଳିତ ବର୍ଷ କଳାରେ ମୋଟ ୨ ଲକ୍ଷ ୩୦ ହଜାର ୨୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୮ ହଜାର ୩୭୮ ଜଣ ପିଲା ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୯,୯୯୩ ଜଣ ଛାତ୍ରଛାତ୍ରୀ । ଦ୍ବିତୀୟ ଶ୍ରେଣୀରେ ୨୬,୦୭୬ ଏବଂ ତୃତୀୟ ଶ୍ରେଣୀରେ ୧,୧୨,୧୪୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ପୁରୀ ସର୍ବାଧିକ ପାସ୍ ହାର ୭୯.୮୭ % ଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ହେଉଛି ୪୭.୫୮% । ସେହିପରି ବାଣିଜ୍ୟରେ ମୋଟ୍ ପାସ୍ ହାର ହେଉଛି ୭୪.୯୧% । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୪୦୦୬ ଜଣ ଛାତ୍ରଛାତ୍ରୀ । ଦ୍ବିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୩, ୭୩୪ ଏବଂ
ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୧୨,୪୭୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟରେ ନୟାଗଡରେ ସର୍ବାଧିକ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦେଓଗଡରେ ସର୍ବନିମ୍ନ ପାସ୍ ହାର ରହିଛି । ଧନ୍ଦାମୂଳକ ପରୀକ୍ଷାରେ ମୋଟ୍ ପାସ୍ ହାର ୫୨.୬୧% । ମୋଟ ପରୀକ୍ଷା ଦେଇଥିଲେ ୭ ହଜାର ୯୬୬ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୪୧୯୧ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୨୦୮୦ ପୁଅ ପାସ୍ କରିଥିବା ବେଳେ ୨ହଜାର ୧୧୧ ଜଣ ଛାତ୍ରୀ ସଫଲ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୨୯୯, ଦ୍ବିତୀୟ ଶ୍ରେଣୀରେ ୧ହଜାର ୬୯୨ ଏବଂ ତୃତୀୟ ଶ୍ରେଣୀରେ ୨ ହଜାର ୫୧ ଜଣ ପିଲା ପାସ୍ କରିଛନ୍ତି । ଜୁନ୍ ୨୫ ସୁଦ୍ଧା ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ଦ୍ବିତୀୟ ସପ୍ତାହରେ ଇନଷ୍ଟାଣ୍ଟ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଛାତ୍ରଛାତ୍ରୀମାନେ www.chseodisha.nic.in ଓ www.odisharesults.nic.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।

Leave a Reply

   Related Posts