ପ୍ରକାଶ ପାଇବ ଯୁକ୍ତ-୨ ରେଜଲ୍ଟ, ପ୍ରଥମେ ବାଣିଜ୍ୟ ଏବଂ ବିଜ୍ଞାନ ଫଳ
30/05/2023 at 7:19 AM

ଭୁବନେଶ୍ୱର ୩୦।୦୫ : ବୁଧବାର ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ-୨ ରେଜଲ୍ଟ । CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା, କାଲି ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ-୨ ପରୀକ୍ଷା ଫଳ । କାଲି ସୁଦ୍ଧା ବାଣିଜ୍ୟ ଏବଂ ବିଜ୍ଞାନ ଫଳ ପ୍ରକାଶ ପାଇବ । ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।
ମାର୍ଚ୍ଚ ୧ରୁ ଯୁକ୍ତ-୨ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା। ମୋଟ୍ ୧ ହଜାର୧୪୫ ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର୧୪୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।
ଖାତା ମୂଲ୍ୟାୟନ ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋ ଇଥିଲା। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ୍ ମୂଲ୍ୟାୟନ ଲାଗି କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକ ପାଇଁ ୬୫ଟି କେନ୍ଦ୍ର ହୋଇଥିଲା। ତାପରେ ଅନ୍ୟାନ୍ୟ ଆନୁସଙ୍ଗିକ କାମ ଶେଷ ହୋଇଥିଲା। ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ-୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
You Can Read :