୨୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା, ୨୯ ତାରିଖ ଯାଏ ବିନା ଫାଇନ୍‌ରେ ଫର୍ମ ଫିଲଫ

Published By : Prameya-News7 Bureau | November 18, 2023 IST

ଭୁବନେଶ୍ୱର ୧୮।୧୧ : ଆଗାମୀ ୨୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଆରମ୍ଭ ହେବ ଫର୍ମ ପୂରଣ । ୨୯ ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିବାର ସୁଯୋଗ ମିଳିବ । ଏହି ସମୟସୀମା ମଧ୍ୟରେ ଫର୍ମପୂରଣ ନକରିପାରିଲେ ଜରିମାନା ଦେଇ ଫର୍ମ ପୂରଣ କରିବାକୁ ପଡ଼ିବ । ତେବେ ଡିସେମ୍ବର ୭ ଫର୍ମ ପୂରଣର ଶେଷ ତାରିଖ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯୁକ୍ତ ୨ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୨୨ରୁ ୨୦ ତାରିଖ ମଧ୍ୟରେ ଏସ୍‌ବିଆଇ କଲେକ୍ଟ ମାଧ୍ୟମରେ ଫର୍ମ ପୂରଣ ଫି ଦାଖଲ କରିବେ । ଯଦି କୌଣସି ରେଗୁଲାର୍‌ ପିଲା ଏହି ସମୟ ମଧ୍ୟରେ ଫର୍ମ ପୂରଣ କରି ନପାରନ୍ତି ତେବେ ୧୦୦ଟଙ୍କା ଜରିମାନା ଦେଇ ଡିସେମ୍ବର ୧ରୁ ୪ ତାରିଖ ମଧ୍ୟରେ ଫର୍ମ କରିବେ । ଏହି ସମୟ ମଧ୍ୟରେ ଯଦି କୌଣସି ଛାତ୍ରଛାତ୍ରୀ ଫର୍ମ ପୂରଣ କରିନପାରନ୍ତି ତେବେ ତାଙ୍କୁ ୪୫୦ ଟଙ୍କା ଜରିମାନା ସହିତ ଡିସେମ୍ବର ୬ ତାରିଖରୁ ୭ ତାରିଖ ମଧ୍ୟରେ ଫର୍ମ ପୂରଣର ସୁଯୋଗ ଦିଆଯିବ ।

wp:embed {"url":"https://www.prameyanews7.com/popular-jatra-comedian-ravi-satpathy-passes-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/popular-jatra-comedian-ravi-satpathy-passes-away/
/wp:embed

ସେହିପରି ପରୀକ୍ଷା କେନ୍ଦ୍ର ବଦଳାଇବାର ଶେଷ ତାରିଖ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୭ ତାରିଖ ରହିିଛି । ପରୀକ୍ଷା ଫି ୫୨୦ ଟଙ୍କା ରଖାଯାଇଥିବା ବେଳେ ପ୍ରତି ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପର ପାଇଁ ୪୦ ଟଙ୍କା ରଖାଯାଇଛି । ବିଶେଷ ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ୧୬୫ ଟଙ୍କା ରଖାଯାଇଥିବା ବେଳେ ପ୍ରତି ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପର ପାଇଁ ୪୦ଟଙ୍କା ରଖାଯାଇଛି । ସେହିପରି ସ୍ମାରକ ପତ୍ର ପାଇଁ ୧୦୦ ଟଙ୍କା ଦାଖଲ କରିବେ । ଫର୍ମ ପୂରଣ ସମୟରେ ଛାତ୍ରଛାତ୍ରୀ ନିଜର କଲେଜ ପରିଚୟପତ୍ର, ଫଟୋକପି, ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିବେ । ଏ ସଂପର୍କିତ ସମସ୍ତ ସୂଚନା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି ।

wp:embed {"url":"https://www.prameyanews7.com/sourav-ganguly-reaction-on-final-match/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-reaction-on-final-match/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.