ଆଜିଠାରୁ ଯୁକ୍ତ୨ ପରୀକ୍ଷା : କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା, ସବୁ କେନ୍ଦ୍ରରେ ସିସିଟିଭି
3/03/2020 at 7:11 AM

ଭୁବନେଶ୍ବର ୩।୩ : ଆଜି ଠାରୁ ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟର ୧୧୪୩ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ । ପ୍ରଥମ ଦିନରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସ୍ବଚ୍ଛତା ପାଇଁ ସବୁ କେନ୍ଦ୍ରରେ ଲାଗିଛି ସିସିଟିଭି । ୨୦୨ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ହୋଇଛି । ୯ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବ । ୧୦ଟାରେ ପରୀକ୍ଷା ଆରମ୍ଭ ହେବ । ୧୫ ମିନିଟ୍ ପୂର୍ବରୁ ପିଲାମାନେ ନିଜ ନିଜ ସିଟରେ ବସିବେ । ୧୦ଟା ପରେ ବଳକା ପ୍ରଶ୍ନପତ୍ର ସିଲ୍ ହେବ ।

ପରୀକ୍ଷା ପରିଚାଳନା ହବକୁ ଥିଓରି ପ୍ରଶ୍ନପତ୍ର ପଠା ସରିଛି । ମାର୍ଚ୍ଚ ୧୧ରେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ । ମୋବାଇଲ୍ ଏବଂ ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ କିଛି ଲେଖିପାରିବେନି ଏବଂ ଉତ୍ତର ଖାତାର ବଳକା ଫର୍ଦ୍ଧରେ କ୍ରସ୍ ମାର୍କ କରିବାକୁ CHSE ପକ୍ଷରୁ ନିର୍ଦ୍ଦେଶ ଦିଆଯଆଇଛି । ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।