ମାର୍ଚ୍ଚ ୧ରୁ ଆରମ୍ଭ ହେବ +୨ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
31/12/2022 at 3:58 PM

ଭୁବନେଶ୍ବର, ୩୧/୧୨: ମାର୍ଚ୍ଚ ୧ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମାର୍ଚ୍ଚ ୧ରୁ ବିଜ୍ଞାନ, ୨ ରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ, ସେହିପରି ମାର୍ଚ୍ଚ ୩ରୁ ଆରମ୍ଭ ହେବ ଧନ୍ଦାମୂଳକ ପରୀକ୍ଷା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପରୀକ୍ଷା ପାଇଁ ଜାନୁଆରୀ ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରାଯିବ। ଫେବୃଆରୀ ୧ ରୁ ୧୦ ପର୍ଯ୍ୟନ୍ତ ହେବ ପ୍ରାକ୍ଟିକାଲ ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ରକୁ ସିସିଟିଭି ଦ୍ବାରା ମନିଟରିଂ କରାଯିବ ଏହା ସହ ସଂପୂର୍ଣ୍ଣ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ପରୀକ୍ଷା ହେବାନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ପରୀକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର।
Related Posts
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023
ନିଆଁ ଲାଗି ପୋଡିଗଲେ ପରିବାର: ସ୍ତ୍ରୀ ମୃତ, ବାପା ଓ ପୁଅ ଗୁରୁତର
2 February 2023