Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ, ଖୋଲିଲା ସାମ୍ସ ପୋର୍ଟାଲ

29/05/2023 at 12:22 PM

ଭୁବନେଶ୍ବର ୨୯।୫: ସୋମବାରଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ନାମଲେଖା ଆବେଦନ ପାଇଁ ସାମ୍ସ ପୋର୍ଟାଲ ଖୋଲିଛି । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସାମ୍ସଓଡିଶା ଡଟ୍ ଜିଓଭି ଡଟ୍ ଇନ୍‌ ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଏହି ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ତେବେ ଆସନ୍ତା ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୨୮ ଜୁନ୍‌ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏବର୍ଷ ସ୍ପଟ୍ ଆଡ଼ମିଶନରେ ସ୍ବଚ୍ଛତା ଆଣିବା ପାଇଁ ଅନଲାଇନ୍ ଆବେଦନ ବ୍ୟବସ୍ଥା କରାଯାଇଛି । ୨୯ ଜୁଲାଇରୁ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ ।

   Related Posts