ଜୁନ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Published By : Prameya-News7 Bureau | May 29, 2018 IST

ଜୁନ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଖାତା ଦେଖାରେ ବିଭ୍ରାଟ ଯୋଗୁଁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ରେଜଲ୍ଟକୁ ତ୍ରୁଟିଶୂନ୍ୟ କରିବାକୁ ପଦକ୍ଷେପ ନିଆଯାଉଛି । ମାନୁଆଲି ମାର୍କ ଏଣ୍ଟ୍ରି କରାଯାଉଛି । ପୂର୍ବରୁ ମେ ଶେଷ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ଗତବର୍ଷ ମେ ୩୦ ତାରିଖରେ ରେଜଲ୍ଟ ବାହାରିଥିଲା । କିନ୍ତୁ ଏଥର ଖାତା ଦେଖାରେ ବିଳମ୍ବ ଯୋଗୁଁ ଜୁନରେ ରେଜଲ୍ଟ ବାହାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.