ପରୀକ୍ଷା ସୂଚୀ ଆସିଲା : ଜୁଲାଇ ୨୪ରେ ଯୁକ୍ତ ୩, ପିଜି ଫାଇନାଲ୍ ଅଗଷ୍ଟ ୨୦ରେ ହେବ

Published By : Prameya-News7 Bureau | May 06, 2020 IST

ଭୁବନେଶ୍ବର ୬।୫ : ବାହାରିଲା ପରୀକ୍ଷା ପ୍ରୋଗ୍ରାମ । ଜୁଲାଇ ୨୪ ତାରିଖରୁ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ଅଗଷ୍ଟ ୨୦ ତାରିଖରୁ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ । ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଭିସିଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏଭଳି ସୂଚନା ପ୍ରଦାନ କରିଛନ୍ତି । ଏହାସହ କଲେଜଗୁଡିକରେ ଏକକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତି ୧୫ ଦିନରେ ଥରେ କୂଳପତିଙ୍କ ସହ ସମୀକ୍ଷା ବୈଠକ କରାଯିବ ବୋଲି ସୂଚାଇଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଥିଲେ । ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଲକ୍ ଡାଉନ୍ ହେତୁ ଜୁନ୍ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ୟୁଜିସି ଗାଇଡ୍ ଲାଇନ୍ ମୁତାବକ ରାଜ୍ୟରେ ଚଳିତ ଶିକ୍ଷାବର୍ଷ ପାଇଁ କେବେ ଓ କିପରି ପରୀକ୍ଷା କରାଯିବ ସେନେଇ ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.