scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

14/07/2023 at 5:15 PM

ଭୁବନେଶ୍ବର ୧୪।୭: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଛାତ୍ରଛାତ୍ରୀମାନେ ଶନିବାରଠାରୁ ୧୭ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ଚଳିତ ବର୍ଷ ମେଧାବୀ ଛାତ୍ରଛାତ୍ରୀମାନେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ପଢ଼ିବାକୁ ମନ ବଳାଇଛନ୍ତି । ତେଣୁ ଉଭୟ କଳା ଓ ବିଜ୍ଞାନ ବିଭାଗରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର କଟ୍‌ ଅଫ୍‌ ମାର୍କ ସାଧାରଣ ପାଠ୍ୟକ୍ରମଠାରୁ ଅଧିକ ରହିଛି ।

ଚଳିତବର୍ଷ କଳା ବିଭାଗରେ ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜ ଓ ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ କଲେଜର ସର୍ବାଧିକ କଟ୍‌ ଅଫ୍‌ ମାର୍କ ରହିଛି । ଉଭୟ କଲେଜର ବିଏ ବିଏଡ୍‌ (ରାଜନୀତି ବିଜ୍ଞାନ)ର କଟ୍‌ ଅଫ୍‌ ମାର୍କ ୯୧.୮୩ ପ୍ରତିଶତ ରହିଛି । ବିଜ୍ଞାନରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ (ଏସ୍‌ସିଏସ୍‌) ମହାବିଦ୍ୟାଳୟ ସର୍ବାଧିକ କଟ୍‌ ଅଫ୍‌ ମାର୍କ ରହିଛି । ଉଭୟ ଫିଜିକାଲ ସାଇନ୍ସର ଓ ବାଓଲୋଜିକାଲ ସାଇନ୍ସରେ ରାଜ୍ୟର ସର୍ବାଧିକ କଟ୍‌ ଅଫ୍‌ ମାର୍କ ରହିଛି । ଫିଜିକାଲ ସାଇନ୍ସର ବିଏସ୍‌ସି ବିଏଡ୍‌ (କେମେଷ୍ଟ୍ରି) ପାଠ୍ୟକ୍ରମରେ ୯୪.୫୦ ପ୍ରତିଶତ କଟ୍‌ ଅଫ୍‌ ରହିଥିବା ବେଳେ ବାୟୋଲୋଜିକାଲ ସାଇନ୍ସର ବିଏସ୍‌ସି ବିଏଡ୍‌ (ଉଭିଦ ବିଜ୍ଞାନ) ୯୫.୬୦ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରଖାଯାଇଛି । ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧିକ କଟ୍‌ ଅଫ୍‌ ମାର୍କ ୮୬.୮୩ ପ୍ରତିଶତ ରହିଛି । ସେହିଭଳି ସେଲ୍‌ଫ ଫାଇନାନ୍ସ କୋର୍ସରେ ବିଜେବିର ସର୍ବାଧିକ କଟ୍ ଅଫ୍‌ ମାର୍କ ୯୦.୪୦ ପ୍ରତିଶତ ରହିଛି । ଯୁକ୍ତ ୩ ଶାସ୍ତ୍ରୀ ବିଭାଗରେ ନାମଲେଖା ପାଇଁ ନୟାଗଡ଼ର ପ୍ରଦୀପ ରାୟ ସଂସ୍କୃତ ଡିଗ୍ରୀ କଲେଜର ସର୍ବାଧିକ କଟ୍ ଅଫ୍‌ ୬୯.୪୩ ପ୍ରତିଶତ ରହିଛି ।

ଚଳିତ ବର୍ଷ ୧୦୪୧ କଲେଜରେ ୨ ଲକ୍ଷ ୭୦ ହଜାର ୨୪୨ ସିଟ୍‌ରେ ନାମଲେଖା ହେବ । ଏଥିପାଇଁ ରାଜ୍ୟରେ ୨ ଲକ୍ଷ ୨୩ ହଜାର ୩୧୦ ଜଣ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଜଣଙ୍କୁ ଚୟନ କରାଯାଇଛି । ଏଥିରୁ ଯୁକ୍ତ ୩ କଳା ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮ ହଜାର ୪୮୩ ଜଣଙ୍କୁ ଚୟନ କରାଯାଇଛି । ଫିଜିକାଲ୍‌ ସାଇନ୍ସ ପାଇଁ ୩୯ ହଜାର ୯୮୨ ଜଣ ଆବେଦନ କରିଥିବା ବେଳେ ୨୪ ହଜାର ୩୩୯ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି । ବାୟୋଲୋଜିକାଲ ସାଇନ୍ସ ପାଇଁ ପ୍ରଥମ ମେରିଟ୍‌ ଲିଷ୍ଟରେ ୧୮ ହଜାର ୯୧୯ ଜଣ, ବାଣିଜ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୭ ହଜାର ୨୧୭ ଜଣଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି । ଶାସ୍ତ୍ରୀ ନାମଲେଖା ପାଇଁ ୩୮୭୦ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ କରାଯାଇଛି । ସେଲ୍‌ଫ ଫାଇନାନ୍ସ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୩୬୭ଜଣଙ୍କୁ ଚୟନ କରାଯାଇଛି ।

You Can Read :

   Related Posts