ମେ ୨୬ରେ ବାହାରିବ ଯୁକ୍ତ ୨ ଫଳ: ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ

Published By : Prameya-News7 Bureau | May 22, 2024 IST

ଭୁବନେଶ୍ୱର  ୨୨/୦୫: ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ଆସିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ।  ww.orissaresults.nic.in ରେ ପ୍ରକାଶ ପାଇବ ରେଜଲ୍ଟ । ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ପରୀକ୍ଷା ଫଳ । 

ସିଏଚଏସଇ ପକ୍ଷରୁ ପରୀକ୍ଷା ଫଳ ବାହାରିବା ନେଇ ସୂଚନା ମିଳିଛି । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତବର୍ଷ ତୁଳନାରେ ୨୬ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.