ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ହଷ୍ଟେଲ୍‌ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ

2/02/2023 at 11:15 PM

ନିମାପଡା: ହଷ୍ଟେଲ୍‌ରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ। ପୁରୀ ନିମାପଡାର ଗୁହାଳପଡା ସ୍ଥିତ ଘରୋଇ ରେସିଡେନ୍ସିଆଲ୍ ଯୁକ୍ତ ଦୁଇ ସାଇନ୍ସ କଲେଜରେ ଏଭଳି ଦୁର୍ଘଟଣା ଘଟିଛି। କଲେଜ ହଷ୍ଟେଲ ନମ୍ବର ୩୦୭ରୁ କୋଠରୀରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀ ଜଣଙ୍କ ହେଲେ ଜଗତସିଂହପୁର ନାଉଗାଁ ଥାନାଞ୍ଚଳର। ନିକଟରେ ତଳେ ଛାତ୍ରୀ ଜଣଙ୍କ ଗାଁକୁ ଯାଇ ସପ୍ତାହେ ତଳେ ହଷ୍ଟେଲକୁ ଫେରିଥିଲେ। ହେଲେ ଆଜି ତାଙ୍କ ସାଙ୍ଗମାନେ କଲେଜ୍ ଯାଇଥିବା ବେଳେ ସେ ଦେହ ଖରାପ କହି ହଷ୍ଟେଲ୍‌ରେ ରହିଥିଲେ।

ତେବେ କଲେଜ କର୍ତ୍ତୃପକ୍ଷ ଲିଜାଙ୍କ ଅସୁସ୍ଥତାର କାରଣ ଜାଣିବାକୁ ତାଙ୍କ ହଷ୍ଟେଲ୍‌ ରୁମ୍‌କୁ ଆସିବା ପରେ ଫ୍ୟାନ୍‌ରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହାପରେ କଲେ କର୍ତ୍ତୃପକ୍ଷ ପ୍ରଥମେ ପୁଲିସକୁ ଫୋନ୍ କରିବ ସହ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ବିଷୟରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ପୁରୀରୁ ଏକ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛି।

ସୂଚନା ଅନୁସାରେ, ତେବେ ମୃତ ଛାତ୍ରୀ ପ୍ରଥମେ ବ୍ଲେଡ଼ରେ ନିଜ ହାତ କାଟିଛନ୍ତି ଓ ପରେ ଲୁଗା ଶୁଖାଇବା ପାଇଁ ଥିବା ରଶିରେ ଆତ୍ମହତ୍ୟା କରିଥିବା କରିଥିବା ଜଣାପଡ଼ିଛି। ତେବେ ଝିଅର ଆତ୍ମହତ୍ୟା ପାଇଁ ତାଙ୍କ ବାପା ଏକତରଫା ପ୍ରେମକୁ ଦାୟୀ କରିଛନ୍ତି। ତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ନାଉଗାଁ ଥାନା ଆନ୍ତର୍ଗତ କୋରୁଆ ଗାଁର ଜୀବନ ସ୍ୱାଇଁ ନାମକ ଜଣେ ଯୁବକ ତାଙ୍କ ଝିଅକୁ ଏକ ତରଫା ପ୍ରେମ କରୁଥିଲେ। ଏମିତିକି ବିବାହ କରିବାକୁ ଧମକ ଦେଉଥିଲେ।

କେବଳ ସେତିକି ନୁହେଁ, ଝିଅର ଫଟୋ ଭାଇରାଲ୍ କରିଦେବି ବୋଲି ଏହି ତାଙ୍କ ଦୋକାନକୁ ଆସି ଧମକାଇଥିବା ମୃତ ଛାତ୍ରୀଙ୍କ ବାପା କହିଛନ୍ତି। ଲୋକ ଲଜ୍ଜ୍ୟାକୁ ଡରି ଝିଅ ଆତ୍ମହତ୍ୟା କରିଥିବା ମୃତଛାତ୍ରୀଙ୍କ ବାପା ଅଭିଯୋଗ କରିବା ସହ ସମ୍ପୃକ୍ତ ଯୁବକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ନିମାପଡା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଚାରିଛକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ପରିବାରର ଅଭିଯୋଗ ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ନିମାପଡା ଏସ୍‌ଡିପିଓ କହିଛନ୍ତି ।

   Related Posts