ଭଦ୍ରକ ରେଳ ଲାଇନରେ ମୁଣ୍ଡଦେଇ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କ ଆତ୍ମହତ୍ୟା

Published By : Prameya-News7 Bureau | December 28, 2018 IST

ଭଦ୍ରକ ୨୮|୧୨: ଭଦ୍ରକ ସହରରେ ଘଟିଛି ଏକ ଦୁଃଖଦ ଘଟଣା । ରେଳ ତଳେ ମୁଣ୍ଡ ଦେଇ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ର ଆତ୍ମ ହତ୍ୟା କରିଛି  । ଖବର ନେବାରେ ଜଣାପଡିଛି ଯେ, ମୃତ ଛାତ୍ରଙ୍କ ନାଁ ସବୁନ କାନାନି । ସେ ଭଦ୍ରକ ଏସବିଡି ଇଣ୍ଟର୍ୟାସନାଲ ସ୍କୁଲରେ ଯୁକ୍ତ ଦୁଇ ଭାଣିଜ୍ୟ ପ୍ରଥମ ବର୍ଷରେ ପଢୁଥିଲେ । ତାଙ୍କ ଘର ଭଦ୍ରକ ବାଇପାସରେ ।

{"id":68188}
{"id":68189}

ସଂଧ୍ୟ ୭ଟା ବେଳକୁ ସବୁନ ନିଜ ସ୍କୁଟିରେ ଭଦ୍ରକ ଗବସାହିରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ରେଳ ଫାଟକ ନିକଟକୁ ଆସିଥିଲେ । ସେଠାରେ ସ୍କୁଟି ରଖିଦେଇ ସିଧାସଳଖ ଟ୍ରେନ ଲାଇନ ଉପରେ ଶୋଇଯାଇଥିଲେ । ଟ୍ରେନରେ ତାଙ୍କ ଶରୀର ଅତ୍ୟନ୍ତ ବିଭତ୍ସଭାବେ କଟିଯାଇଛି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

{"id":68190,"align":"center","width":217,"height":499}
{"id":68191}

ପାରିବାରିକ ଆଶାନ୍ତି କିମ୍ବା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ, ୪ମାସ ତଳେ ଏକ ସଡକ ଦୁର୍ଘଟଣାରେ ସବୁନଙ୍କ ପିତା ଜିତେନ୍ଦ୍ର କାନାନିଙ୍କର ମୃତ୍ୟୁ ହୋଇଯାଇଛି । ସବୁନ ଘରର ଏକମାତ୍ର ପୁତ୍ର ସନ୍ତାନ ଥିଲେ । ସବୁନଙ୍କ ମୃତ୍ୟୁପରେ ତାଙ୍କ ମା ଏବେ ସମ୍ପୂର୍ଣ୍ଣ ଏକଲା ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.