ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ତାଲିକା, ତିନୋଟି ଷ୍ଟ୍ରିମ୍ରେ ରେଭେନ୍ସା ଆଗରେ
6/07/2023 at 12:21 PM

ଭୁବନେଶ୍ବର ୬।୭: ଯୁକ୍ତ ୨ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଚଳିତ ବର୍ଷର ଯୁକ୍ତ ୨ ପ୍ରଥମ କଟ୍ଅଫ୍ ମାର୍କ ପ୍ରକାଶିତ ହୋଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି । ରେଭେନ୍ସାରେ ବିଜ୍ଞାନରେ କଟ୍ଅଫ୍ ମାର୍କ ୯୧.୬୭ ପ୍ରତିଶତ ଥିବା ବେଳେ କଳାରେ ୮୦ ପ୍ରତିଶତ ଏବଂ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍ଅଫ୍ ରହିଛି ।
ତେବେ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା । ଜୁଲାଇ ୭ରୁ ୧୩ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ରାଜ୍ୟର ୨,୧୪୮ ଯୁକ୍ତ ୨ କଲେଜର କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ୫ ଲକ୍ଷ ୨୪ ହଜାର ୮୭୮ ସିଟ୍ ରହିଛି । ନାମଲେଖା ପାଇଁ ୫ ଲକ୍ଷ ୭ ହଜାର ୪୭୬ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ଲାଇନ୍ରେ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିବା ବେଳେ ୪ ଲକ୍ଷ ୬୭ ହଜାର ୩୬୫ ଜଣ ଫି’ ଦାଖଲ କରିଥିବା ଜଣାପଡ଼ିଛି ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ରେ ପ୍ରକାଶ ପାଇବା ସହ ଏହାର ନାମଲେଖା ଜୁଲାଇ ୨୨ ସୁଦ୍ଧା ଶେଷ ହେବ । ଅନ୍ଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ୨୭ ତାରିଖ ମଧ୍ୟରେ ହେବ ଏବଂ ଅଗଷ୍ଟ ୧ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ।
You Can Read :