oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଆସନ୍ତାକାଲି ଠାରୁ ଅଫଲାଇନ ମୋଡରେ ହେବ ଯୁକ୍ତ ଦୁଇ ପରୀକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

27/04/2022 at 10:30 PM

ଭୁବନେଶ୍ୱର, ୨୭/୦୪: ଆସନ୍ତାକାଲି ଠାରୁ ଅଫଲାଇନ ମୋଡରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ଯୁକ୍ତ ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ପରିୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୭, ବାଣିଜ୍ୟରେ ୨୪ ହଜାର ୧୩୬ ଓ ଧନ୍ଦାମୂଳକ ବିଭାଗରେ ୫ ହଜାର ୮୬୩ ପରିକ୍ଷାର୍ଥୀ ପରିକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ପରୀକ୍ଷା ପରିଚାଳନା ହବ କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ୧୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ୫ ମିନିଟ୍ ପୂର୍ବରୁ ଉତ୍ତର ଖାତା ଦିଆଯିବ। ପରୀକ୍ଷା କେନ୍ଦ୍ରରେ ସିସିଟିଭି ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। କେନ୍ଦ୍ର ଭିତରକୁ ମୋବାଇଲ୍ ମନା କରାଯାଇଛି ।

ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍(ଓଡ଼ିଆ) ବିଷୟ ପରୀକ୍ଷା । କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ହେବ । ୧୫ଟି ସେଣ୍ଟ୍ରାଲ ସ୍କବାର୍ଡ ଗଠନ କରାଯାଇଛି । ପୋଲିସ ଦ୍ବାରା ପରୀକ୍ଷା ପରିଚଳନା ହବକୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

   Related Posts