ଫେବୃଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା, ମେ ୧ ପ୍ରଥମ ସପ୍ତାହରେ ରେଜଲ୍ଟ
16/08/2023 at 9:34 PM

ଭୁବନେଶ୍ଵର: ଛାତ୍ର-ଛାତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ଖବର। ଆସନ୍ତାବର୍ଷ ଫେବୃଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୧୩ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା। ଏହା ପୂର୍ବରୁ ନଭେମ୍ବର ୧୦ରୁ ୨୫ ପର୍ଯ୍ୟନ୍ତ ଫର୍ମ ଫିଲପ୍ କରାଯିବ। ଜାନୁଆରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ ଏବଂ ମେ ପ୍ରଥମ ସପ୍ତାହ ସୁଦ୍ଧା ଯୁକ୍ତ ୨ ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
Also read- ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଫୋନ୍ ନେବା ଉପରେ ରୋକ୍, ଆଡଭାଇଜରୀ ଜାରି କଲେ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ
ଏକ୍ସରେଗୁଲାର ପିଲାଙ୍କ ପାଇଁ ଫର୍ମ ଫିଲପ ତାରିଖ ସେପ୍ଟେମ୍ବର ୧୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି। କେଉଁ ତାରିଖରେ କେଉଁ ପରୀକ୍ଷା ହେବ ତାହା ପରୀକ୍ଷା ଆରମ୍ଭ ହେବାର ମାସେ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଦିଆଯିବ। ଡିସେମ୍ବର ୨୫ ତାରିଖ ସୁଦ୍ଧା ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ। ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯେଉଁଥିରେ ଯୁକ୍ତ ଦୁଇ ଲାଗି ଦୁଇ ବର୍ଷର ପାଠ୍ୟକ୍ରମ ସହ ପରୀକ୍ଷା ତାରିଖ ଏବଂ ଫଳାଫଳ ତାରିଖ ମଧ୍ୟ ସୂଚୀରେ ଉଲ୍ଲେଖ ରହିଛି ।
Related Posts
ଗାଁ ପାଖ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଶରୀରରେ ରହିଛି କ୍ଷତ ଚିହ୍ନ
24 September 2023
କଳାହାଣ୍ଡି ଗଡ଼ଜାତରେ ଆଜି ନୂଆଁଖାଇ, ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି
24 September 2023
ସୁନ୍ଦରଗଡ଼ରେ ବଢୁଛି ସ୍କ୍ରବ୍ ଟାଇଫସ୍, ଚିହ୍ନଟ ହେଲେ ଆଉ ୯ ଆକ୍ରାନ୍ତ
24 September 2023
ବମିଖାଲରେ କାର୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
24 September 2023